Tuesday , August 16 2022
Breaking News
Home / ରାଜନୀତି / କଟକ ୨୮ ନମ୍ଵର ଜିଲ୍ଲା ପରିଷଦ ସଭ୍ୟ ମିଲଟନ୍ ନାୟକ ଵିଜେପି ଛାଡି ବିଜେଡିରେ ଯୋଗ ଦେଲେ

କଟକ ୨୮ ନମ୍ଵର ଜିଲ୍ଲା ପରିଷଦ ସଭ୍ୟ ମିଲଟନ୍ ନାୟକ ଵିଜେପି ଛାଡି ବିଜେଡିରେ ଯୋଗ ଦେଲେ

କଟକ ସଦର, ୮/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ ଗୋଟି ଜିଲ୍ଲା ପରିଷଦ ଯୋନ ଵିଜେଡି ହାତରେ ଥିବା ଵେଳେ ମାତ୍ର ଗୋଟିଏ ୨୮ ନମ୍ଵର ଯୋନଟି ଵିଜେପି ଖାତାକୁ ଯାଇଥିଲା।ହେଲେ ଆଜି ଶୁକ୍ରବାର ଉକ୍ତ ଯୋନର୍ ଜିଲ୍ଲା ପରିଷଦ ସଭ୍ୟ ଯାଜ୍ଞସେନ ଶ୍ରୀଚନ୍ଦନ ନାୟକ ଓରଫ ମିଲଟନ୍ ନାୟକ ତାଙ୍କର ବହୁ ସମର୍ଥକଙ୍କୁ ଧରି ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ କାର୍ୟ୍ୟ ଦକ୍ଷତାରେ ଅନୁପ୍ରାଣିତ ହୋଇ ଵିଜେପି ଛାଡି ବିଧାୟକ ଙ୍କ ଉପସ୍ଥିତି ରେ ଵିଜେଡିରେ ଯୋଗଦାନ କରିଛନ୍ତି।ଏହା ଦ୍ୱାରା ଏଵେ ଵିଜେଡିରେ ୬ କୁ ୬ ଜିଲ୍ଲା ପରିଷଦ ସଭ୍ୟ ରହିଲେ।ଏହି ମିଶ୍ରଣ ପର୍ଵରେ ଜିଲ୍ଲା ପରିଷଦ ସଭ୍ୟ ଜୀଵନ ସାମନ୍ତରାୟ,ଵିରଵର ଲେଙ୍କା,ଵିଳାସ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟା ଝିନୁ ବେହେରା, ସୁଭଦ୍ରା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

 

About admin

Check Also

ପୁଅ ଲୋକରଞ୍ଜନଙ୍କୁ ଲଞ୍ଚ କରାଇଲେ କି ସାଂସଦ ଭତୃହରି ମହତାଵ ?

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ‘ ପ୍ରଜାତନ୍ତ୍ର ‘ ର ୭୫ତମ ଵର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ …

Leave a Reply

Your email address will not be published.