ଭୁବନେଶ୍ୱର , ୭/୧/୨୦୨୨ (ଓଡ଼ିଶା ସମାଚାର)- ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କରୋନା ସକ୍ରମିତ ହୋଇଛନ୍ତି । ତାଙ୍କଠାରେ କୌଣସି ଲକ୍ଷଣ ନଥିଲା । ଗତକାଲି ସେ ନର୍ଲା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୁଷ୍ପେନ୍ଦ୍ର ସିଂଦେଇ ଓ ଅନ୍ୟମାନେ ମଧ୍ୟ ଯୋଗଦେଇଥିଲେ । ହେଲେ ମନ୍ତ୍ରୀ ଶ୍ରୀ ଦାସ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ ହୋମ ଆଇସୋଲେସନରେ ରହିଥିବା ସୂଚନା ଦେଇଛନ୍ତି । ଗତ ୩ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି କୋଭିଡ୍ ପରୀକ୍ଷା କରାଇନେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି । ଓଡ଼ିଶା ସମାଚାର
