Monday , February 6 2023
Breaking News
Home / ଶିକ୍ଷା / ଲଜପତ ରାୟ ଡିଏଭି ପବ୍ଲିକ୍ ସ୍କୁଲ ରେ  ଇଂରାଜୀ ସେମିନର ଅନୁଷ୍ଠିତ

ଲଜପତ ରାୟ ଡିଏଭି ପବ୍ଲିକ୍ ସ୍କୁଲ ରେ  ଇଂରାଜୀ ସେମିନର ଅନୁଷ୍ଠିତ

କଟକ ୭/୧/୨୦୨୨ (ଓଡ଼ିଶା ସମାଚାର / ଦେବାଶିଷ ରଥ) ଗଣ୍ଡର ପୁର ସ୍ଥିତ  ଲଜପତ ରାୟ ଡିଏଭି ପବ୍ଲିକ୍ ସ୍କୁଲ ରେ ଆଜି ଇଂରାଜୀ ସେମିନାର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଆସୋସିଏଟ  ପ୍ରଫେସର ଡକ୍ଟର ହୃଦାନନ୍ଦ ଶତପଥୀ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। ତାଙ୍କର ପ୍ରଥମ ଅଧିବେଶନ ରେ ସେ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ “A thing of beauty is joy for ever.”ଏବଂ ଦ୍ଵିତୀୟ ଅଧିବେଶନ ରେ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ “Animals” କବିତାଦ୍ବୟର ଆଲୋଚନା ପର୍ଯ୍ୟାଲୋଚନା କରି କବିତା-ବିଶ୍ଲେଷଣାତ୍ମକ କୌଶଳ ଶିକ୍ଷା ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ପର୍ଯ୍ୟାୟକ୍ରମେ ଦ୍ୱାଦଶ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସାଙ୍କେତିକ(virtualy) ଭାବେ ଯୋଗଦେଇ ଉପକୃତ ହୋଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ସ୍ଵାଇଁ   ମୁଖ୍ୟ ଅତିଥିଙ୍କୁ ସ୍ୱାଗତ  କରି ଏଭଳି କାର୍ଯ୍ୟକ୍ରମ ସମୟାନ୍ତରରେ ବିଦ୍ୟାଳୟରେ ଅନୁଷ୍ଠିତ ହେବା ଦ୍ବାରା ଶିକ୍ଷାର ମାନ ବୃଦ୍ଧି ହେବ ବୋଲି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ମାର୍ଗଦର୍ଶନ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.