Friday , August 19 2022
Breaking News
Home / ବିଶେଷ / ଜଇପୁର ବାଲି ଘାଟ ଜନଶୁଣାଣୀକୁ ନେଇ ବାଲିଘାଟ ସଂଗ୍ରାମ ସମିତି ପକ୍ଷରୁ ପ୍ରତିବାଦ ସଭା 

ଜଇପୁର ବାଲି ଘାଟ ଜନଶୁଣାଣୀକୁ ନେଇ ବାଲିଘାଟ ସଂଗ୍ରାମ ସମିତି ପକ୍ଷରୁ ପ୍ରତିବାଦ ସଭା 

ରଘୁନାଥପୁର, ୭/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ପ୍ରଦୁଷଣ ବୋର୍ଡ଼ ପକ୍ଷରୁ ଜଇପୁର ବାଲିଘାଟ ଜନଶୁଣାଣୀକୁ ନେଇ ଜଇପୁର ପୁର୍ତ ବିଭାଗ ଡ଼ାକ ବଙ୍ଗଳା ନିକଟରେ ଆଜି ବାଲିଘାଟ ସଂଗ୍ରାମ ସମିତି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି । ଛପଡ଼ା ପଂଚାୟତର ଶତାଧିକ ମହିଳା ଓ ପୁରୁଷ ଏହି ସଭାରେ ଏକତ୍ରିତ ହୋଇ ବାଲିଘାଟ ଚଳାଇବାକୁ ବିରୋଧ କରିବା ସହିତ ଏହାଦ୍ୱାରା ତାଙ୍କ ଚାଷୋପଯୋଗୀ ଜମି ନଷ୍ଟ ହେବ ଓ ଅଂଚଳରେ ପ୍ରଦୁଷଣର ମାତ୍ରା ବଢ଼ି ସାଧାରଣ ଜନତା ରୋଗାକ୍ରାନ୍ତ ହେବେ । ଏପରିକି ଏଠାରେ ହେବାକୁ ଥିବା ଏମାନଙ୍କ ସ୍ୱପ୍ନର ଜଇପୁର – କଟିକଟା ସେତୁ ଦୂର୍ବଳ ହେବା ସହିତ ମହାନଦୀ ବନ୍ଧ ମଧ୍ୟ ଦୂର୍ବଳ ହୋଇ ବନ୍ୟା ସମୟରେ ଘାଇ ହେବା ସମ୍ଭାବନା ରହିଛି । ଜଇପୁର ଅଂଚଳରେ ଚାଷ ଜମି କମ୍ ଥିବାବେଳେ ତାଳଦଣ୍ଡା କେନାଲ ଓ କଟକ- ପାରାଦୀପ ରାଜରାସ୍ତା ପାଇଁ ଅନେକ ଜମି ଏମାନେ ହରାଇ ସାରିଛନ୍ତି । ଏହାପରେ ବାଲିଘାଟ ନିଲାମ ବେଡ଼ି ଉପରେ କରଡ଼ା ସଦୃଶ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ କି ରଘୁନାଥପୁର ତହସିଲ ର ନୂଆପଡ଼ା ଓ ଜଇପୁର ବାଲିଘାଟକୁ କ୍ଲଷ୍ଟର କରାଯାଇ ଗତ ସେପ୍ଟେମ୍ବର ୨୨ ତାରିଖରେ ରାଜ୍ୟ ପ୍ରଦୁଷଣ ବୋର୍ଡ଼ ପକ୍ଷରୁ ଏକ ଜନ ଶୁଣାଣୀ ଶିବିର କରାଯାଇଥିଲା । ତେବେ ପଂଚାୟତବାସୀଙ୍କ ଘୋର ବିରୋଧ ଯୋଗୁ ତାହାକୁ ବାତିଲ କରାଯାଇଥିବାବେଳେ ପୂନର୍ବାର ଚଳିତ ୭ ତାରିଖରେ ଏହାକୁ କରାଇବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ କରାଯାଇଥିଲା । ତେବେ ଏହାକୁ ମଧ୍ୟ ଜିଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ଜନଶୁଣାଣୀ ସ୍ଥଗିତ ରହିଲା ବୋଲି ଛପଡ଼ା ରାଜସ୍ୱ ନିରୀକ୍ଷକ ସୁକାନ୍ତ ସ୍ୱାଇଁ ପ୍ରକାଶ କରିଛନ୍ତି । ତେବେ କୌଣସି ପରିସ୍ଥିତିରେ ଏଠାରେ ବାଲିଘାଟ ଚଲାଇ ଦିଆଯିବ ନାହିଁ ବୋଲି ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଥିବାବେଳେ ଦରକାର ପଡ଼ିଲେ ସେମାନେ ଜୀବନ ଦେବାକୁ ପ୍ରସ୍ତୁତ ବୋଲି ଚେତାଇ ଦେଇଛନ୍ତି । ଆଜିକାର ଏହି ପ୍ରତିବାଦ ସଭାରେ ପଂଚାୟତବାସୀଙ୍କ ପକ୍ଷରୁ ପ୍ରଶାନ୍ତ କୁମାର ଖୁଂଟିଆ, ଭ୍ରମର ବର ନାୟକ, ନଟବର ସ୍ୱାଇଁ, ମାନସ ରଂଜନ ଦାସ,ନୀରାକାର ଖୁଂଟିଆ, ରଂଜିତ କୁମାର ଜେନା, ଅମାୟିକ ଖୁଂଟିଆ, ଲଳିତ କିଶୋର ଦାସ, ସୂର୍ଯ୍ୟନାରାୟଣ ପଣ୍ଡା, ସନ୍ତୋଷ ସାହୁ, ବଲଭ ରଂଜନ ପରିଡ଼ା, ବିଜୟ କୁମାର ସ୍ୱାଇଁ, ନବଘନ ବର୍ଦ୍ଧନ, ସାରଦା ପ୍ରସନ୍ନ ମହାପାତ୍ର, ରବିନ୍ଦ୍ର ପଟ୍ଟନାୟକ, ତ୍ରିଲୋଚନ ଖୁଂଟିଆଙ୍କ ସମେତ ୨୦୦ ରୁ ଅଧିକ ପଂଚାୟତବାସୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.