Tuesday , August 16 2022
Breaking News
Home / ସ୍ୱାସ୍ଥ୍ୟ / କୁଳିଆ ଠାରେ ଏକ ଶହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ

କୁଳିଆ ଠାରେ ଏକ ଶହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ

ନିଶ୍ଚିନ୍ତକୋଇଲି ,୦୭/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା କୋଲଣପୁର ପଞ୍ଚାୟତ କୁଳିଆ ଆର. ଏମ. ସି ପରିସରରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କୁ ଆଜି ଆଇନ ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରାତାପ ଜେନା ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ, ପ୍ରାକ୍ତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦେଇଥିଲେ  । ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ ଯେ, ଏହି ହସ୍ପିଟାଲ ହେବା ଦ୍ୱାରା କଟକ ସଦର, ପାଟକୁରା,  ମାହାଙ୍ଗା, ସାଲେପୁର, ଆଦି ଅଞ୍ଚଳ ର କୋଭିଡ ରୋଗୀ ମାନଙ୍କର ଚିକିତ୍ସା କରାଯିବ । ଆମେରିକା ଇଣ୍ଡିଆ ଫାଉଣ୍ଡେସନ ଓ ରାଜ୍ୟ ସରକାର ଙ୍କ ମିଳିତ ଉଦ୍ୟମ ରେ ଏହି ହସ୍ପିଟାଲ ସ୍ଥାପିତ ହୋଇଛି  । ଏଥିପାଇଁ ମୋଟ ପାଞ୍ଚ କୋଟି ୧୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ଜେନା ପ୍ରକାଶ କରିଥିଲେ । ଏଥିରେ ଅକ୍ସିଜେନ, ଆଇ. ସି. ୟୁ ଓ ଭେଣ୍ଟିଲେଟର  ଆଦିର ବ୍ୟବସ୍ଥା ରହିଥିବା ମନ୍ତ୍ରୀ ପ୍ରକାଶ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନ ର ମୁଖ୍ୟ ସୁବ୍ରତ ସରକାର, ବ୍ଲକ ଅଧ୍ୟକ୍ଷା ସବିତା ଓଝା,ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପଣ୍ଡା,  ବି ଡି ଓ କର୍ଣ୍ଣଦେବ ସମାଦାର, ବ୍ଲକ ବି ଜେ ଡି ସଭାପତି ରମାକାନ୍ତ ମହାନ୍ତି,ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ମହାପାତ୍ର, ଯୁବନେତା ଅଶୋକ ଓଝା ପ୍ରମୁଖ ଯୋଗ ଦେଇଥିଲେ  । ଓଡ଼ିଶା ସମାଚାର

About admin

Check Also

ଦେଶରେ ପ୍ରଥମ : ନବଦମ୍ପତି ଗିଫ୍ଟ ଯୋଜନା ସେପ୍ଟେମ୍ବରରୁ ଆରମ୍ଭ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର …

Leave a Reply

Your email address will not be published.