କଣ୍ଟେନମେଣ୍ଟ ଜୋନ ଘୋଷଣା
ସୁନ୍ଦରଗଡ଼, ୬/୧/୨୦୨୨ (ଓଡ଼ିଶା ସମାଚାର)- ଲେଫ୍ରିପଡା ବ୍ଲକ୍ ଜିଂକନଗରସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଵୁଧବାର ଦିନ ପୁଣି ୫୩ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଦିନ ୩୬ ଜଣ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଜବାହାର ନବୋଦୟ ବିଦ୍ୟାଳୟରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୯୮ କୁ ବୃଦ୍ଧି ପାଇଛି। ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ଅବରୋଧ ଅଞ୍ଚଳ (କଣ୍ଟେନମେଣ୍ଟ ଜୋନ) ଘୋଷଣା କରାଯିବା ସହ ପାଠପଢ଼ା ବନ୍ଦ ରଖାଯାଇଛି। ସଂକ୍ରମିତ ପିଲାଙ୍କୁ ସଂଗରୋଧରେ ରଖାଯାଇଛି। ସାମାନ୍ୟ ଲକ୍ଷଣ ଥିଲେ ବି ସମସ୍ତେ ସୁସ୍ଥ ଥିବା ଜଣାପଡିଛି। ଅନ୍ୟ ପିଲାଙ୍କୁ ଘରକୁ ନେଇଯିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ୪ ତାରିଖ ସକାଳେ ବିଦ୍ୟାଳୟର ସାମାନ୍ୟ ଲକ୍ଷଣ ଥିବା ୧୫ ଜଣ ପିଲା ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କୋଭିଡ ପରୀକ୍ଷା ପାଇଁ ଯାଇଥିଲେ। ଆଣ୍ଟିଜେନ ପରୀକ୍ଷା ପରେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିଥିଲା। ଏହାପରେ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ. ଜଗଦୀଶ ଦେହୁରୀଙ୍କ ତତ୍ତ୍ଵାବଧାନରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ନବୋଦୟ ବିଦ୍ୟାଳୟ ପହଞ୍ଚି ସପ୍ତମ, ଅଷ୍ଟମ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା କରିଥିଲେ। ସେତେଵେଳେ ୩୬ ଚିହ୍ନଟ ହୋଇଥିଲେ। ଓଡ଼ିଶା ସମାଚାର