Saturday , August 13 2022
Breaking News
Home / ସ୍ୱାସ୍ଥ୍ୟ / ଭୁବନେଶ୍ୱର ରେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି – ମୋଟ କଣ୍ଟେନମେଣ୍ଟ ୧୪ ରେ ପହଂଚିଲା

ଭୁବନେଶ୍ୱର ରେ ପୁଣି ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି – ମୋଟ କଣ୍ଟେନମେଣ୍ଟ ୧୪ ରେ ପହଂଚିଲା

ଭୁବନେଶ୍ୱର ,୬/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ୱର ରେ ପୁଣି ୪ଟି ସ୍ଥାନକୁ ବିଏମସି କଣ୍ଟେନମେଣ୍ଟ ଘୋଷଣା କରିଛି। ଆଜି ରାଜଧାନୀର ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ୧୪ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷିତ ହୋଇଛି। ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଏହି ଅଞ୍ଚଳରୁ କୌଣସି ଲୋକ ବାହାରକୁ ଯାଇ ପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ଏହି ଜାଗାଗୁଡ଼ିକୁ ପ୍ରବେଶ କରିପାରିବେ ନାହିଁ। ସମ୍ପୃକ୍ତ ୱାର୍ଡର ୱାର୍ଡ ଅଫିସରମାନେ ଏହି ଜାଗାକୁ ଅତ୍ୟାବଶ୍ୟକ ସାମଗ୍ରୀ ସହ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜନସାଧାରଣଙ୍କୁ ସହଯୋଗ କରିବେ । ଓଡ଼ିଶା ସମାଚାର

About admin

Check Also

ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ ଖାଇବାକୁ ଦିଆଯିବ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ରକ୍ତହୀନତା ଓ ଅପପୁଷ୍ଟି ଦୂର କରିବା ଆଭିମୁଖ୍ୟ ରଖି ଆଜି ସାରା ରାଜ୍ୟରେ କୃମିନାଶକ ଔଷଧ ମାଗଣାରେ …

Leave a Reply

Your email address will not be published.