Wednesday , January 26 2022
Breaking News
Home / ବିଶେଷ / ବେରୁଆଁ ନଦୀର ଗଡହରିଶପୁର ଠାରେ ସୁଉଚ୍ଚ ସେତୁର ଶିଳାନ୍ୟାସ

ବେରୁଆଁ ନଦୀର ଗଡହରିଶପୁର ଠାରେ ସୁଉଚ୍ଚ ସେତୁର ଶିଳାନ୍ୟାସ

ଜଗତସିଂହପୁର, ୬/୧/୨୦୨୨ (ଓଡ଼ିଶା ସମାଚାର)- ଗତକାଲି ଅପରାହ୍ନରେ ଏରସମା ବ୍ଲକ ଅନ୍ତର୍ଗତ ଗଡହରିଶପୁର ଠାରେ ବେରୁଆଁ ନଦୀ ଉପରେ ୧୫୯୯.୭୩ ଲକ୍ଷଟଙ୍କା ବ୍ୟୟରେ ଏକ ସୁଉଚ୍ଚ ସେତୁ ନିର୍ମାଣ ନିମନ୍ତେ ଓଡିଶାର ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସେତୁ ନିର୍ମାଣ ଦ୍ୱାରା ଏରସମା ବ୍ଲକର ଗଡହରିଶପୁର ଓ ବାଲିକୁଦା ବ୍ଲକର କୁସୁପୁର ମଧ୍ୟରେ ସିଧାସଳଖ ଗମନାଗମନର ସୁବିଧା ହୋଇପାରିବ । ବାଲିକୁଦା ଓ ଏରସମା ଲୋକମାନଙ୍କ ପାଇଁ ଏହି ସୁଉଚ୍ଚ ସେତୁ ସଂଯୋଗୀକରଣ ସେତୁ ଭାବେ ଗମନାଗମନରେ ସୁବିଧା ଉପଲବ୍ଧ ହେବ । ଅଳକା ନଦୀ ମୁହାଣ ବେଙ୍ଗାପସାଗର ନିକଟବର୍ତୀ ଏରସମାର ଗଡହରିଶପୁର ଓ ବାଲିକୁଦାର କୁସୁପୁରକୁ ବିଭାଜିତ କରୁଅଛି ।

ବର୍ତମାନ ପର୍ଯ୍ୟନ୍ତ ଏଠାକାର ଜନସାଧାରଣ,ଚାଷୀମାନେ ଦେଶୀଡଙ୍ଗା ମାଧ୍ୟମରେ ଗମନାଗମନ ଓ କୃଷିଜାତ ଦ୍ରବ୍ୟ ପରିବହନ କରିଆସୁଛନ୍ତି । ଜୁଆରିଆ ନଦୀ ହେତୁ ଦେଶୀଡଙ୍ଗା ଦ୍ୱାରା ଯାତାୟତ ଓ ପରିବହନ ସଦା ସର୍ବଦା ବିପଦପୂର୍ଣ୍ଣ । ବିଶେଷ କରି ଚାଷୀମାନେ କୃଷିଜାତ ଦ୍ରବ୍ୟ ଓ ଯନ୍ତ୍ରପାତି ପରିବହନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସେତୁ ନିର୍ମାଣ ଦ୍ୱାରା ବାଲିକୁଦା ଓ ଏରସମା ବ୍ଲକର ଜନସାଧାରଣ ଓ ଜନପ୍ରତିନିଧି ମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ଏହି ସେତୁ ନିର୍ମାଣ ଦ୍ୱାରା ବାଲିକୁଦା ବ୍ଲକର ୮ଟି ପଂଚାୟତର ୧୫୦୦୦ ଲୋକ ଓ ଏରସମା ବ୍ଲକର ୫ଟି ପଂଚାୟତର ୮୦୦୦ ଲୋକ ଉପକୃତ ହୋଇ ପାରିବେ । ଏହି ସୁଉଚ୍ଚ ୧୧୭.୧୦ ମିଟର ଦୀର୍ଘ ବିଶିଷ୍ଟ ଏବଂ ବାମ ଓ ଦକ୍ଷିଣ ଆପ୍ରୋଚ ୭୦୦ ମିଟର ନିର୍ମାଣ ହେବ । ଏହି ସୁଉଚ୍ଚ ସେତୁ ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କର ବନ୍ୟା କ୍ଷୟକ୍ଷତି,ଲୁଣାଜଳ ପ୍ରବେଶ ଦ୍ୱାରା ଯାତାୟାତରେ ଆଉ ଅସୁବିଧା ହେବ ନାହିଁ । ଏରସମା ଓ ବାଲିକୁଦା ବ୍ଲକର ସ୍ଥାନିୟ ଜନସାଧାରଣଙ୍କର ଗମନାଗମନରେ ଅସୁବିଧାକୁ ଲକ୍ଷ୍ୟକରି ବାଲିକୁଦା-ଏରସମା ବିଧାୟକ ତଥା ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ପ୍ରଚେଷ୍ଟାରେ ଏହି ସୁଉଚ୍ଚ ସେତୁ ନିର୍ମାଣ ସମ୍ଭବ ହୋଇପାରିଛି । ଏହି ଭିତପ୍ରସ୍ତର ସ୍ଥାପନ ଉତ୍ସବରେ ସାଂସଦଙ୍କ ପ୍ରତିନିଧି ପୀତବାସ ଗୋଛାୟତ, ଏରସମା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ସ୍ୱାଇଁ,ପ୍ରାର୍ଥ ସାରଥୀ ରାଉତ, ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରାଖାଲ ଦାସ,ସରପଂଚ, ଆଇନଜୀବୀ ପ୍ରକାଶ ପ୍ରଧାନ,ଜଳ ସଂପଦ ବିଭାଜନ ଅଧିକ୍ଷଣଯନ୍ତ୍ରୀ ପ୍ରତାପ କୁମାର ଶତପଥୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ବିପ୍ଲବ କେଶରୀ ସାହୁ, ଅନିଲ କୁମାର ରାଉତରାୟ, ଦିଲ୍ଲୀପ କୁମାର ସାହୁ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *