Thursday , January 20 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଜାନୁଆରୀ ୨ ରୁ ୧୧ ପର୍ଯ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ୍ , କୁମ୍ଭୀର ଗଣନା ଆଜି ଆରମ୍ଭ

ଜାନୁଆରୀ ୨ ରୁ ୧୧ ପର୍ଯ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ୍ , କୁମ୍ଭୀର ଗଣନା ଆଜି ଆରମ୍ଭ

ରାଜନଗର,୬/୧/୨୦୨୨ (ଓଡ଼ିଶା ସମାଚାର)- ଆଜିଠାରୁ ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହେବ। ଭିତରକନିକା ଜାତୀୟ ଉଦ୍ୟାନ ଭିତର ଓ ବାହାରେ ଥିବା ନଦୀନାଳ ଗୁଡିକରେ କୁମ୍ଭୀର ମାନଙ୍କର ଗଣନା କରାଯିବ । ଏହି ଗଣନାରେ ୨୨ଟି ଟିମ ନିୟୋଜିତ ହେବେ । ପ୍ରତି ଟିମ୍ ରେ ୪ ରୁ ୫ ଜଣ କର୍ମଚାରୀ ରହିବେ । ଗଣନାରେ ନିୟୋଜିତ କର୍ମଚାରୀଙ୍କୁ ପୂର୍ବରୁ ଟ୍ରେନିଂ ଦିଆଯାଇଛି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । କୁମ୍ଭୀର ଗଣନା ପାଇଁ ଗତ ୨ ତାରିଖରୁ ଆସନ୍ତା ୧୧ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ କରାଯାଇଛି । ଗତବର୍ଷ ଗଣନା ଅନୁସାରେ ଭିତରକନିକାରେ ୧ ହଜାର ୭୬୮ଟି ବଉଳା କୁମ୍ଭୀର ଥିବା ରେକର୍ଡ଼ କରାଯାଇଛି। ଓଡ଼ିଶା ସମାଚାର

About admin

Check Also

ଚାରି ଦିନରେ ମୋଟ ୪୦୮ ନାମାଙ୍କନ ପତ୍ର ଦାଖଲ 

ଗରଦପୁର, ୨୦/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ପ୍ରାର୍ଥିପତ୍ର ଦାଖଲ ର ୪ର୍ଥ ଦିନରେ ଗରଦପୁର ବ୍ଲକ୍ …

Leave a Reply

Your email address will not be published. Required fields are marked *