Sunday , May 22 2022
Breaking News
Home / ବିଶେଷ / ଗୁନେଇମୁହଁ କ୍ରିକ୍ ର ୬ଟି ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ

ଗୁନେଇମୁହଁ କ୍ରିକ୍ ର ୬ଟି ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ

ଜଗତସିଂହପୁର, ୬/୧/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଘୋଷାଘର ଗ୍ରାମ ନିକଟରେ ବୁଧବାର ଅଳକାନଦୀ ଉପରେ ଗୁନେଇମୁହଁ କ୍ରିକର ଅତିରିକ୍ତ ୬ଟି ସ୍ଲୁଇସ୍ ନିର୍ମାଣ ନିମନ୍ତେ ରାଜ୍ୟ,ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ୬ଟି ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ନିମନ୍ତେ ୪କୋଟି ୪୩ ଲକ୍ଷଟଙ୍କା ଖର୍ଚ୍ଚ ହେବ । ପୂର୍ବରୁ ଏହି କ୍ରିକ୍ରେ ୮ଟି ସ୍ଲୁଇସ୍ ଥିଲା । ଏହି ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ଦ୍ୱାରା ବାଲିକୁଦା ବ୍ଲକର ୧୦ଟି ଗ୍ରାମର ୮୧୬୧ ଜନସାଧାରଣ ଉପକୃତ ହୋଇପାରିବେ । ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ଦ୍ୱାରା ସମୁଦ୍ର ଜଳ ପ୍ରବେଶ କରିପାରିବ ନାହିଁ ଏବଂ ବର୍ଷାଜଳ ନିଷ୍କାସନ ସୁବିଧାରେ ହୋଇପାରିବ । ଏହି ସ୍ଲୁଇସ୍ ନିର୍ମାଣ ଦ୍ୱାରା ବର୍ଷା ଦିନରେ ବନ୍ୟାଜଳ ନିଷ୍କାସିତ ହେବା ସହିତ ଏବଂ ଅନ୍ୟ ଦିନ ମାନଙ୍କରେ ଗେଟ୍ ବନ୍ଦ କରାଯାଇ ସମୁଦ୍ର ଜଳ ପ୍ରବେଶକୁ ପ୍ରତିରୋଧ କରାଯିବ ଏବଂ ମଧୁର ଜଳ ଗଛିତ କରାଯାଇ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇପାରିବ । ଏହି ସ୍ଲୁଇସ୍ ଗେଟ୍ ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କର ଦୀର୍ଘ ଦିନର ଦାବି ପୁରଣ ହୋଇପାରିବ ବୋଲି ସ୍ଥାନୀୟ ବିଧାୟକ-ତଥା- ଜଳସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଥିଲେ । ପୂର୍ବରୁ ଚାଷଜମି ଜଳମଗ୍ନ ହୋଇ ବାର୍ଷିକ ଫସଲ କ୍ଷତିଗ୍ରସ୍ତ ହେଉଥିଲା । ସ୍ଥାନୀୟ ଜନସାଧାରଣଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ପ୍ରଦାନ କରି ଏହି ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ଦ୍ୱାରା ବର୍ଷାଜଳ ସୁଗମ ଭାବେ ନିଷ୍କାସିତ ହେବା ସହିତ ଜଳମଗ୍ନକୁ ପ୍ରତିରୋଧ କରାଯାଇ ପାରିବ । ଏହି ଅତିରିକ୍ତ ସ୍ଲୁଇସ୍ ନିର୍ମାଣ ଦ୍ୱାରା ଅଳକା ବୁଡି ଅଂଚଳର ପ୍ରାୟ ୧୦ ହଜାର ଲୋକଙ୍କର ସବୁଦିନିଆ ଅସୁବିଧା ଦୂର ହୋଇପାରିବ । ହଂସୁଆ ନଦୀର ଖନନ ଓ ଜଟାଧାରୀ ମୁହାଣର ଖନନ କାର୍ଯ୍ୟ ସମାପ୍ତ ହେବା ପରେ ଜନସାଧାରଣଙ୍କର ଦୀର୍ଘ ଦିନର ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଥିଲେ । ଏହି ନିର୍ମାଣ କାର୍ଯ୍ୟ ଜଗତସିଂହପୁର ଜଳସେଚନ ବିଭାଜନ ଦ୍ୱାରା କରାଯାଉଛି । ଏହି ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ସାଂସଦଙ୍କ ପ୍ରତିନିଧି ପୀତବାସ ଗୋଛାୟତ,ଏରସମା ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ସ୍ୱାଇଁ,ପାର୍ଥ ସାରଥୀ ରାଉତ,ବାଲିକୁଦା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ରାଖାଲ ଦାସ, ସରପଂଚ, ଆଇନଜୀବୀ ପ୍ରକାଶ ପ୍ରଧାନ,ଜଳ ସଂପଦ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ବିପ୍ଲବ କେଶରୀ ସାହୁ, ଅନିଲ୍ କୁମାର ରାଉତରାୟ,ଦିଲ୍ଲୀପ କୁମାର ସାହୁ,ସ୍ଥନୀୟ ଜନସାଧାରଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *