Tuesday , August 9 2022
Breaking News
Home / ବିଶେଷ / କୃଷି ଋଣ ଠକେଇକରି ଦୁଇଜଣ ଠକ ଗିରଫ : ଠକିଛନ୍ତି ୧୩ ଲକ୍ଷ ରୁ ଉଦ୍ଧ୍ୱର୍

କୃଷି ଋଣ ଠକେଇକରି ଦୁଇଜଣ ଠକ ଗିରଫ : ଠକିଛନ୍ତି ୧୩ ଲକ୍ଷ ରୁ ଉଦ୍ଧ୍ୱର୍

ସାଲେପୁର ,୦୬/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ୨୦୧୭ ମସିହା ରେ କଟକଜିଲ୍ଲା ସାଲେପୁର ଷ୍ଟେଟବ୍ୟାଙ୍କ କୃଷି ଉନ୍ନୟନ ଶାଖାରୁ କୃଷି ଋଣ ଠକେଇ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଦୁଇ ଠକ ଙ୍କୁ ସାଲେପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଦୁଇଜଣ ଠକ ହେଲେ ସାଲେପୁର ଥାନା ବାସୁଦେବପୁର ଗାଁର ପ୍ରକାଶ ତ୍ରିପାଠୀ ଏବଂ ସାରଡ଼ା ଗାଁର ସଞ୍ଜୟ ଜେନା । ୨୦୧୭ ମସିହାରେ ଏହି ଦୁଇ ଠକ ୩୭ଜଣ ନକଲି ଲୋକ , ନକଲି ପରିଚୟ ପତ୍ର ଓ ନକଲି ଜମି ପଟା ପ୍ରସ୍ତୁତ କରି ବ୍ୟାଙ୍କର ତତ୍କାଳୀନ ଫିଲଡ଼ ଅଫିସରଙ୍କ ସହାୟତା ରେ ମୋଟ ୧୩ଲକ୍ଷ ୫୪ ହଜାର ୪୦୦ ଟଙ୍କା ଲୋନ ଆକାରରେ ଉଠାଇ ନେଇଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ବ୍ୟାଙ୍କ ପକ୍ଷରୁ ଏହାର ଖୋଲତାଡ଼ ହେଲା, ଏଥିରେ ଜାଲିଆତି ହୋଇଥିବା ଜଣା ପଡିଥିଲା । ଏଭଳି ୩୭ ଜଣ ବ୍ୟକ୍ତି କେହି ନଥିବାମଧ୍ୟ ଜଣାପଡିଥିଲା ।ଏଥିରେ ନକଲି ଓ ଜାଲିଆତି କରାଯାଇ ବ୍ୟାଙ୍କକୁ ବୋକା ବନାଯାଇଥିବା ସ୍ପଷ୍ଟ ହୋଇଥିଲା । ଏନେଇ ବ୍ୟାଙ୍କ ପକ୍ଷରୁ ସାଲେପୁର ଥାନା ରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ କୁ ଭିତ୍ତିକରି ପୋଲିସ ୩ ଜଣ ଙ୍କ ନାମରେ ସେତେବେଳେ କେଶ ରୁଜ କରିଥିଲା । ସେମାନେ ହେଲେ ବ୍ୟାଙ୍କ ର ଫିଲଡ଼ ଅଫିସର ସନ୍ଦିଫ ତ୍ରିପାଠୀ ଓ ଦୁଇ ଠକ ପ୍ରକାଶ ତ୍ରିପାଠୀ ଓ ସଞ୍ଜୟ ଜେନା । ତେବେ ସନ୍ଦୀପ ଉଚ୍ଚ ନ୍ୟାୟାଳୟ ରୁ ଜାମିନ ପାଇଯାଇଥିବା ବେଳେ ସଞ୍ଜୟ ଓ ପ୍ରକାଶ ଫେରାରଥିଲେ ତାଙ୍କୁ ଏବେ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ସାଲେପୁର ଏସ ଡି ପି ଓ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.