Friday , August 19 2022
Breaking News
Home / ସ୍ୱାସ୍ଥ୍ୟ / ଲମ୍ବଡ଼ିଆଁ ମାରିଲା କରୋନା , ୧୨୧୬ କରୋନା ପଜିଟିଭ୍ ଚିହ୍ନଟ, ୧୮୭ ଜଣ ଶିଶୁ ସଂକ୍ରମିତ, ୨ କରୋନା ସଂକ୍ରମିତ ଙ୍କ ମୃତ୍ୟୁ

ଲମ୍ବଡ଼ିଆଁ ମାରିଲା କରୋନା , ୧୨୧୬ କରୋନା ପଜିଟିଭ୍ ଚିହ୍ନଟ, ୧୮୭ ଜଣ ଶିଶୁ ସଂକ୍ରମିତ, ୨ କରୋନା ସଂକ୍ରମିତ ଙ୍କ ମୃତ୍ୟୁ

ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ଡିସେମ୍ବର ୨୮ରେ ୧୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ଡିସେମ୍ବର ୨୯ରେ ୨୨୧ଜଣ, ଡିସେମ୍ବର ୩୦ରେ ୨୨୫ଜଣ, ଡିସେମ୍ବର ୩୧ରେ ୨୨୮ଜଣ, ଜାନୁଆରୀ ୧ରେ ୨୯୮ଜଣ, ଜାନୁଆରୀ ୨ରେ ୪୨୪ ଜଣ, ଜାନୁଆରୀ ୩ ରେ ୪୨୪ ଜଣ, ଗତକାଲି ଜାନୁଆରୀ ୪ ରେ ୬୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲାବେଳ ଆଜି ଜାନୁଆରୀ ୫ ରେ ୧୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଲମ୍ବଡ଼ିଆଁ ମାରିଛି କରୋନା ସଂକ୍ରମଣ । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧୦ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୫୦୬ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୮୭ ଜଣ ଶିଶୁ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨ଜଣ, ବରଗଡ଼ ଜିଲ୍ଲାରୁ ୨୧ଜଣ, ଭଦ୍ରକ ଜିଲ୍ଲାରୁ ୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୮୦ଜଣ, ଦେଓଗଡ଼ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୪ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୯ଜଣ, ଜଗତସିଂପୁର ଜିଲ୍ଲାରୁ ୧୩ଜଣ, ଯାଜପୁର ଜିଲ୍ଲାରୁ ୪୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୩ଜଣ, କଳାହାଣ୍ଡି ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ଜଣ, କେନ୍ଦୁଝର ଜିଲ୍ଲାରୁ ୨୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୫୬ଜଣ, କୋରାପୁଟ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୪୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୩ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ, ନୂଆପଡ଼ା ଜିଲ୍ଲାରୁ ୨ଜଣ, ପୁରୀ ଜିଲ୍ଲାରୁ ୩୦ଜଣ, ରାୟଗଡ଼ା ଜିଲ୍ଲାରୁ ୮ଜଣ, ସମ୍ବଲପୁର ଜିଲ୍ଲାରୁ ୯୯ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୬ଜଣ, ଷ୍ଟେଟ ପୁଲ୍ ରୁ ୧୧୦ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୭୮୭୬ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ ଆଉ ଦୁଇ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଖୋର୍ଦ୍ଧା ଜିଲ୍ଲାର । ଭୁବନେଶ୍ୱରର ଜଣେ ୮୩ ବର୍ଷ ବୟସ୍କ ପୁରୁଷ ଓ ଅନ୍ୟଜଣେ ମଧ୍ୟ ସେହି ଭୁବନେଶ୍ୱରର ୭୮ ବର୍ଷ ବୟସ୍କ ପୁରୁଷ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୭୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୫୩୭୬ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୬ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୩୯୮୧ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୫୮୨୧୬୯୭ ସାମ୍ପୁଲ ଟେଷ୍ଟ୍ ହୋଇଛି । ଧିରେ ଧିରେ ସକ୍ରୀୟ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶା ସମାଚାର

About admin

Check Also

୧୧୪ ଜଣ ଶିଶୁ ଙ୍କ ସମେତ ୪୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ଜଣେ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ମଧ୍ୟ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ୫ଶହ ତଳେ ରହିଛି । ଗତ ୨୪ ଘଣ୍ଟା …

Leave a Reply

Your email address will not be published.