Wednesday , January 26 2022
Breaking News
Home / ରାଜନୀତି / ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷ ପଦ ସାଧାରଣବର୍ଗ ମହିଳାଙ୍କ ପାଇଁ  ସଂରକ୍ଷଣ ରଖାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷ ପଦ ସାଧାରଣବର୍ଗ ମହିଳାଙ୍କ ପାଇଁ  ସଂରକ୍ଷଣ ରଖାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୫/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷ ପଦବୀ ସାଧାରଣବର୍ଗର ମହିଳାଙ୍କ ନିମନ୍ତେ ସଂରକ୍ଷଣ ରଖାଯିବାକୁ ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ଆଇନଜୀବୀ ପ୍ରଦିପ କୁମାର ଦାଶଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପାର୍ଟି ପକ୍ଷରୁ କୁହାଯାଇଛି ଯେ ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷ ପଦଟି ଗତ ୨୦୦୨ମସିହାରେ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ୨୦୦୭ମସିହାରେ ଅସଂରକ୍ଷିତ, ୨୦୧୨ମସିହାରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ, ୨୦୧୭ମସିହାରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା । କିନ୍ତୁ ଚଳିତ ବର୍ଷ ସେହି ପଦବୀଟି  ଅସଂରକ୍ଷିତ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବାକୁ ପାର୍ଟିର ରାଜ୍ୟ ସଭାପତି ଆଇନଜୀବୀ ଶ୍ରୀ ଦାଶଙ୍କ ନେତୃତ୍ୱରେ ପ୍ରଫେସର ସୂର୍ଯ୍ୟମଣୀ ପଣ୍ଡା, ବିବେକ ନାୟକ, ସୁବାଷ ରାଉତ, ନାରାୟଣ ମଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପଂଚାୟତ ରଣଭୂମି . . ମଇଦାନରୁ ୩୭ ପୁରୁଣା ମୁହଁ ବାଦ୍

ଗରଦପୁର, ୨୫/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଜାରି ରହିଛି । ଆଜି ପ୍ରାର୍ଥିପତ୍ର …

Leave a Reply

Your email address will not be published. Required fields are marked *