ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ରାଜ୍ୟରେ ଆଜି କରୋନା ଲମ୍ବ ଡ଼ିଆଁ ମାରିଛି । ଆଜି ୧୨୧୬ ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସବୁଠାରୁ ଅଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୫୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର ୫ଟି ସ୍ଥାନକୁ ବିଏମସି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଏହି ସ୍ଥାନରୁ ଏକାଧିକ କରୋନା ପଜିଟିଭ୍ କେସ୍ ବାହରି ଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆଚାର୍ୟ୍ୟ ବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନଂ ୧୪୯୯, ସତ୍ୟ ନଗରର ୧୨୦ବି ପ୍ଲଟ୍ ନଂ, ବାପୁଜୀ ନଗରର ପ୍ଲଟ୍ ନଂ ୬୦, ଟଙ୍କପାଣି ସାଇ ମନ୍ଦିର ରୋଡ୍ ବିଷ୍ଣୁ ନଗରର ପ୍ଲଟ୍ ନଂ ୧୧୪୭ ଓ ଆଚାର୍ୟ୍ୟ ବିହାର ପାଣିଟାଙ୍କି ନିକଟ ପ୍ଲଟ୍ ନମ୍ବର ୧୩/୬୫କୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି କଣ୍ଟେନମେଣ୍ଟ ଜୋନ୍ ରୁ କେହି ବାହାରକୁ ଆସିବେ ନାହିଁ କିମ୍ବା ସେ ଅଂଚଳକୁ କେହି ଯିବେ ନାହିଁ । ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ଯାଇ ସେଠାରେ ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖିବେ ଓ ଅତ୍ୟାବଶ୍ୟକ ପଦାର୍ଥ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ । ଓଡ଼ିଶା ସମାଚାର