Saturday , August 13 2022
Breaking News
Home / ଶିକ୍ଷା / ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରଘୁନାଥପୁର, ୫/୧/୨୦୨୨ (ଓଡ଼ିଶା ସମାଚାର)-ରଘୁନାଥପୁର ଶିକ୍ଷାମଣ୍ଡଳ ଅଧୀନରେ ଥିବା ପ୍ରାଥମିକ ଶିକ୍ଷକ ନୂତନ ପେନସନ୍ ଯୋଜନାଭୁକ୍ତ ସଂଘ ପକ୍ଷରୁ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ   ସଂଘର  ସଭାପତି କୁଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ୨୦୧୪ ବ୍ୟାଚ୍ ର ଏକ ଜଣ ୨୦୧୫ ବ୍ୟାଚ୍ ର ୨୦ଜଣ ଓ ଅନ୍ୟ ବ୍ଲକ୍ରୁ ବଦଳି ହୋଇ ଆସିଥିବା ୧୧ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ବରିଷ୍ଠ ଶିକ୍ଷକ ଚତୁର୍ଭୁଜ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଉମେଶ କୁମାର ନାୟକ, ସଂଘର ସଙ୍ଗଠନ ସମ୍ପାଦକ ସାନ୍ତନୁ କୁମାର ପାତ୍ର, ଲିଲିପ୍ତ ଖୁଂଟିଆ, ତରୁଣ କୁମାର ଜେନା, ବିଜେଶ ମୁଦୁଲି, ନିରୂପମା ରାଉତ, ଏସ.କେ. ସମିମ୍ ଉଦ୍ଧିନ୍, ବାଉରୀବନ୍ଧୁ ଓଝା, ପ୍ରଶାନ୍ତ କୁମାର ରାଉତ, ମଧୁସ୍ମିତା ସେନାପତି, ବିକ୍ରମ କିଶୋର ଜେନା ପ୍ରମୁଖ ଯୋଗଦେଇ ସଂଘର ଉଦ୍ଧେଶ୍ୟ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶେଷରେ ଉପସଭାପତି ଅମୀୟ ଭାୟା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.