ରଘୁନାଥପୁର, ୫/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ପୁରଣ ଓଡପଡା ପଂଚାୟତରେ ୫୦ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଥିବା ବେଳେ କିଛି ମହିଳା ଗ୍ରୁପର୯୦ ଜଣ ମହିଳା ସଦସ୍ୟାଙ୍କୁ ନେଇ ମା ଦୁର୍ଗା ଉତ୍ପାଦିକା ଗୋଷ୍ଠି,୩୦ରୁ ଉର୍ଦ୍ଧ ମହିଳା ସଦସ୍ୟାଙ୍କୁ ନେଇ ମା ଦକ୍ଷିଣେଶ୍ୱରୀ ଉତ୍ପାଦିକା ଗୋଷ୍ଠି ଓ ୩୦ଜଣ ମହିଳା ସଦସ୍ୟାଙ୍କୁ ନେଇ ଧରୀତ୍ରୀ ଉତ୍ପାଦିକା ଗୋଷ୍ଠି ପୁରଣ ଓଡପଡା ଗ୍ରାମରେ ବିଭିନ୍ନ ସାମଗ୍ରି ଉତ୍ପାଦନ କରିବା ସହିତ ବ୍ଲକ ତଥା ଜଗତସିଂହପୁର ଜିଲ୍ଲାରେ ଏକ ଉଦାହରଣ ପାଲଟିଥିବା ଜଣାଯାଇଛି ।ନାବାର୍ଡ ସହାୟତା ଏବଂ ରାଜ୍ୟର ଏକ ପ୍ରମୁଖ ବେସରକାରୀ ପ୍ରତିଷ୍ଠାନ ସିଡସର ସହଯୋଗରେ ଏହି ଗ୍ରୁପର ସଦସ୍ୟାମାନେ ଜୀବିକା ଏବଂ ଉଦ୍ୟୋଗ ବିକାଶ ତାଲିମ ପ୍ରାପ୍ତ ହୋଇ କ୍ଷିରରୁ ଉନ୍ନତ ମାନର ଖୁଆ,ପେଡା ଏବଂ ଘିଅ,ଉନ୍ନତ ମାନର ସଂପୂର୍ଣ୍ଣ ଗୋଖାଦ୍ୟ ଓ ଗୋବରରୁ ଜୈବିକ ଖତ ଉତ୍ପାଦନ କରି ବେଶ୍ ଦୁଇ ପଇସା ରୋଜଗାର କରିବା ସହିତ ନିଜ ପରିବାରର ଆର୍ଥିକ ମାନଦଣ୍ଡ ସୁଦୃଢ କରିବାରେ ସହାୟକ ହୋଇ ପାରିଛନ୍ତି ।ଏଥିରେ ବ୍ଲକର ମିଶନ ଶକ୍ତି ଓ ଜୀବିକା ମିଶନର କର୍ମକର୍ତାମାନେ ସଂପୂର୍ଣ୍ଣ ସହଯୋଗ କରି ବ୍ଲକର ଅନ୍ୟାନ୍ୟ ଉତ୍ପାଦିକା ଗୋଷ୍ଠି ମାନଙ୍କ ପାଇଁ ପ୍ରେରଣରା ଉତ୍ସ ପାଲଟିଛନ୍ତି ବୋଲି ସିଡସର ମୁଖ୍ୟ ଇଂ ସତ୍ୟବ୍ରତ ବାଇ ଉତ୍ପାଦିକା ଗୋଷ୍ଠିର ବାର୍ଷିକ ଉତ୍ସବରେ ଯୋଗଦେଇ ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ନାବାର୍ଡର ଡିଡିଏମ୍ ବିଶ୍ୱଭୂଷଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ସିଡିଭିଓ ଡଃ ପ୍ରଭାତ କୁମାର ସାହୁ, ବ୍ଲକ ଜୀବିକା ମିଶନ ବିପିଏମ୍ କଳ୍ପନା ଦଳାଇ, ବିଏଲସି ମୀନାରାଣୀ ଦାସ, ଶିବ କଲ୍ୟାଣ ମହାନ୍ତି ଓ ଗୌତମୀ ମହାନ୍ତି ଯୋଗଦେଇ ଉତ୍ପାଦିକା ଗୋଷ୍ଠି ମାନଙ୍କର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ମୃଣ୍ମୟୀ ପଣ୍ଡା, ବନ୍ଦିତା ଶଢଙ୍ଗୀ, ସଂଯୁକ୍ତା ଦାସ, ମଧୁସ୍ମୀତା ପରିଡା, ନମୀତା ସାହୁ, ଅମୀତା ନାୟକ, ବାସନ୍ତୀ ସାହୁଙ୍କ ସମେତ ଶତାଧୀକ ମହିଳା ସଦସ୍ୟା ଯୋଗ ଦେଇଥିଲେ । ଓଡ଼ିଶା ସମାଚାର
