Saturday , August 13 2022
Breaking News
Home / ଶିକ୍ଷା / ପାଟକୁରା ନୋଡ଼ାଲ ସେଂଟରରେ ୨୨୪୪ ଛାତ୍ର ଛାତ୍ରୀ ମାଟ୍ରିକ୍ ସେମିଷ୍ଟାର ପରୀକ୍ଷା ଦେଲେ – ୭୦ ଅନୁପସ୍ଥିତ 

ପାଟକୁରା ନୋଡ଼ାଲ ସେଂଟରରେ ୨୨୪୪ ଛାତ୍ର ଛାତ୍ରୀ ମାଟ୍ରିକ୍ ସେମିଷ୍ଟାର ପରୀକ୍ଷା ଦେଲେ – ୭୦ ଅନୁପସ୍ଥିତ 

ଗରଦପୁର, ୫/୧/୨୦୨୨ (ଓଡ଼ିଶା ସମାଚାର)-ପାଟକୁରା ନୋଡ଼ାଲ ସେଂଟର ଅଧିନରେ ଥିବା ୧୨ ଟି ପରୀକ୍ଷା କେନ୍ଦ୍ରରେ ଆଜି ୧ମ ଦିନରେ ଛାତ୍ର ଛାତ୍ରୀମାନେ ଖୁବ ଆଗ୍ରହର ସହିତ ଉପସ୍ଥିତ ହୋଇ ମାଟ୍ରିକ୍ ସେମିଷ୍ଟାର-୧ ପରୀକ୍ଷା ଦେଇଛନ୍ତି । ଗରଦପୁର , ଡ଼େରାବିଶି ଓ ମାର୍ଶାଘାଇ ବ୍ଲକ୍ ର ମୋଟ୍ ୧୨ ଟି ପରୀକ୍ଷା କେନ୍ଦ୍ରରେ ୨୩୧୪ ପିଲା ପରୀକ୍ଷା ଦେବା ପାଇଁ ସ୍ଥିର ହୋଇଥିଲା । ତେବେ ପାଟକୁରା ପରୀକ୍ଷା କେନ୍ଦ୍ରରେ ୯ ଜଣ, ଆଖୁଆ କେନ୍ଦ୍ରରେ ୪ ଜଣ, ପେଣ୍ଠ କେନ୍ଦ୍ରରେ ୬ ଜଣ, କରିଲୋପାଟଣା କେନ୍ଦ୍ରରେ ୧୪ ଜଣ , ଛକନା କେନ୍ଦ୍ରରେ ଜଣେ, କୁଦାନଗରୀ କେନ୍ଦ୍ରରେ ୩ ଜଣ, କୋରୁଆ କେନ୍ଦ୍ରରେ ୬ ଜଣ, ପାଖଡ଼ କେନ୍ଦ୍ରରେ ୨ ଜଣ ଓ ଅନ୍ତେଇ କେନ୍ଦ୍ରରେ ୨୪ ଜଣ ଛାତ୍ର ଛାତ୍ରୀ ଏହିପରି ମୋଟ ୭୦ ଜଣ ଛାତ୍ର ଛାତ୍ରୀ ଆଜି ପରୀକ୍ଷା ରେ ଅନୁପସ୍ଥିତ ରହିଥିଲେ । ସେହିପରି ପାଟକୁରା ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ସଂସ୍କୃତ ମଧ୍ୟମା ପରୀକ୍ଷା ରେ ମୋଟ ୭୬ ଜଣ ପିଲାଙ୍କ ମଧ୍ୟରୁ ୧୬ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ଥିଲେ । ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ହୋଇଥିଲା । ଛାତ୍ର ଅଭିଭାବକମାନେ ପିଲା ମାନଙ୍କୁ ସାଙ୍ଗରେ ଆଣି ପରୀକ୍ଷା କେନ୍ଦ୍ରକୁ ଆସିବାକୁ ପଡ଼ୁଥିବାରୁ ପରୀକ୍ଷା କେନ୍ଦ୍ର ନିକଟରେ ବହୁ ସଂଖ୍ୟାରେ ଅଭିଭାବକମାନେ ଗହଳି ଲଗାଉଥିବାର ପରିଲକ୍ଷିତ ହୋଇଥିଲା । ପାଟକୁରା ନୋଡ଼ାଲ ସେଂଟର ଅଧିକାରୀ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ପରୀକ୍ଷା ପରିଚାଳନା କରୁଥିବାବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଗରଦପୁର ତହସିଲଦାର ସନ୍ତୋଷ ସାହୁ ପରୀକ୍ଷା କେନ୍ଦ୍ର ଗୁଡ଼ିକ ବୁଲି ପରିଦର୍ଶନ କରିଥିଲେ । ଆସନ୍ତା କାଲି (ଗୁରୁବାର)ଛାତ୍ର ଛାତ୍ରୀମାନେ ସାମାଜିକ ବିଜ୍ଞାନ ଓ ଇଂରାଜୀରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ସରପଞ୍ଚ ଙ୍କ ନିଆରା ପ୍ରୟାସ

Leave a Reply

Your email address will not be published.