ରଘୁନାଥପୁର, ୫/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୁରୋଜ ବୋଷ ୨୦୨୦-୨୧ବର୍ଷ ପାଇଁ ପଠାଣି ସାମନ୍ତ ଗଣିତ ମେଧାବୃତି ପାଇଛନ୍ତି । ଶ୍ରୀମାନ ସୁରୋଜ ପଂଚମ ଶ୍ରେଣୀ ବୃତି ପାଇଥିଲେ । ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥି ଉପଲକ୍ଷେ ବିଦ୍ୟାଳୟ ପରିସରରେ ସଭାପତି ପ୍ରଶାନ୍ତ ରାଉତ, ପ୍ରଧାନଶିକ୍ଷକ ରାଜକିଶୋର ଓଝା, ଶିକ୍ଷକ ଜୟପ୍ରକାଶ ପଣ୍ଡା, ନିର୍ମଳେନ୍ଦୁ ସୋମ, ସ୍ୱର୍ଣ୍ଣଲତା ସାହାଣି, ତାଙ୍କର ମାଆ ଜୟନ୍ତୀ ବୋଷ, ସୌଭାଗିନୀ ବେଉରା, ସୁଷମା ଦଳାଇ, ପ୍ରମୋଦିନୀ ଚଇନି, ସଂଯୁକ୍ତା ଶତପଥୀ, ରାକେଶ ବେହେରା, ପ୍ରତିମା ବାରିକ, ସସ୍ମିତା ଦାସ, ପ୍ରଶାନ୍ତ ପାଲ ଉପସ୍ଥିତ ରହି ଶ୍ରୀମାନ ବୋଷଙ୍କୁ ପୁଷ୍ପଗୁଛ, ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର
