Tuesday , August 9 2022
Breaking News
Home / ବିଶେଷ / ନୂଆ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ନୂଆ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଆସନ୍ତା ଜାନୁଆରୀ ୯ତାରିଖରୁ ଏଣିକି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ରାଜ୍ୟରେ ବନ୍ଦ ରହିବ କ୍ଲାସରୁମ୍ ପାଠପଢା । ଦ୍ବାଦଶ ଶ୍ରେଣୀ ଯାଏଁ ଜାରିରହିଥିବା କ୍ଲାସ୍ ରୁମ୍ ପାଠପଢା ବନ୍ଦ ରହିବ । ପୂର୍ବପରି ଅନଲାଇନ୍ ରେ ପାଠପଢା ଜାରି ରହିବ ।
ଏସ୍ଆର୍ସି ଜାରି କରିଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ଏହା ସହିତ ୧୦୦ ଲୋକଙ୍କୁ ନେଇ ବିବାହ କାର୍ୟ୍ୟ ଏବଂ ବ୍ରତଘର କାର୍ୟ୍ୟ ଚାଲୁରହିବ । ମାଟ୍ରିକ୍ ସମେଟିଭ୍ ପରୀକ୍ଷା ଚାଲୁ ରହିବ । ରାଜ୍ୟରେ ହାଟ, ଦୋକାନ ବଜାରରେ ଥିବା ଦୋକାନ ବଜାର ମାଲିକମାନଙ୍କୁ କୋଭିଡ ଗାଇଡଲାଇନ୍ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ ନିୟମ ପାଳନ ନକଲେ ଦୋକାନକୁ ସିଲ୍ କରାଯିବ ।
ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସମସ୍ତଙ୍କୁ ସତର୍କ ହେବା ପାଇଁ ପରାମର୍ଶ ଦେଇଛନ୍ତି । ସାମ୍ଭବ୍ୟ ତୃତୀୟ ଲହର ପାଇଁ ଓମିକ୍ରନ ଦାୟୀ ହୋଇପାରେ । ଦୁଇଟି ଟିକା ନେଇଥିଲେ ବି ସଂକ୍ରମିତ ହେଉଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା ଦେଇଥିବା ସୂଚନାର ମୁଖ୍ୟାଂଶ :
ମାସ୍କ ପିନ୍ଧିବା ,ସାମାଜିକ ଦୂରତ୍ୱ ରଖିବା ,ହାତ ସାନିଟାଇଜର୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ରାତି ୯ଟାରୁ ସକାଳ ୫ ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ । ଅତ୍ୟାବଶକୀୟ ସେବାକୁ ଛାଡି ସବୁ ବନ୍ଦ ରହିବ । ଜିମ୍ , ସ୍ୱିମିଂ ପୁଲ୍ ଉପରେ କଟକଣା ରହିଛି । ବାହାଘର ଓ ବ୍ରତଘରରେ ୧୦୦ , ବରଯାତ୍ରୀରେ ୩୦- ବାଜାବାଲାଙ୍କୁ ମିଶାଇ ଏବଂ ଶେଷକୃତ୍ୟରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ହାଟ ମାର୍କେଟ ଏବଂ ବଜାରରେ ଭିଡ କମ୍ କରିବା ପାଇଁ ଚେଷ୍ଟା କରିବେ ।
ମଲ୍ ଏବଂ ଦେକାନୀ ଏହି ଦାୟିତ୍ୱ ଢିଲା କଲେ କାର୍ୟ୍ୟାନୁଷ୍ଠାନ ହେବ । ୭ ଦିନ ପର୍ୟ୍ୟନ୍ତ ସିଲ୍ କରାଯିବ । ସାମାଜିକ ଏବଂ ଧାର୍ମିକ କାର୍ୟ୍ୟ କ୍ରମ ମନା । ଖୋଲା ସ୍ଥାନରେ ରାଜନୈତିକ ଏବଂ ଖେଳ ପରି କାର୍ୟ୍ୟକ୍ରମ ପାଇଁ ୧୦୦ ଲୋକଙ୍କୁ ଅନୁମତି । ପ୍ରଦର୍ଶନୀ ବନ୍ଦ , ସର୍ବସାଧାରଣ ସ୍ଥାନରେ ପିକ୍ନିକ ବନ୍ଦ । କଲ୍ୟାଣମଣ୍ଡପ ସହ ଅନ୍ୟ ସ୍ଥାନରେ ସାଂସ୍କୃତିକ କାର୍ୟ୍ୟ ବନ୍ଦ ।
ମନ୍ଦିରରେ ଧାର୍ମିକ କାର୍ୟ୍ୟାନୁଷ୍ଠାନ କଟକଣା ସହ ହେବ । ନୀତି କରାଯିବ ଗହଳି ହେବ ନାହିଁ । ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ହୋଟେଲ ରେଷ୍ଟୁରାଣ୍ଟ ବାର୍ ପବ୍ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ । ରାସ୍ତାକଡ ବ୍ୟବସାୟୀ ରାତି ୯ ଟା ପର୍ୟ୍ୟନ୍ତ ବ୍ୟବସାୟ କରିବେ , ଭିଡ ନହେବା ପାଇଁ ଦୃଷ୍ଟି ଦେବେ , ୫ ଜଣ ଲୋକ ରହିବେ , ସାମାଜିକ ଦୂରତ୍ୱ ରଖିବେ । ରାଜ୍ୟ ସରକାରଙ୍କ ସମସ୍ତ କାର୍ୟ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ବେସରକାରୀ କାର୍ୟ୍ୟାଳୟରେ ଅଳ୍ପ ଲୋକଙ୍କୁ ନେଇ କରିବା ପାଇଁ ନିର୍ଦେଶ ।କେନ୍ଦ୍ର ସରକାରଙ୍କ କାର୍ୟ୍ୟାଳୟରେ ଅଳ୍ପ କର୍ମଚାରି ରହିବା ପାଇଁ ନିର୍ଦେଶ ଦିଆଯାଇଛି । ଲୋକ ନମାନିଲେ ପରିସ୍ଥିତି ନିୟନ୍ତ୍ରଣରେ ନ ରହିଲେ କୋଠର କଟକଣା ନିଆଯାଇପାରେ ବୋଲି ସୂଚନା ଦିଆଯାଇଛି।ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.