Thursday , January 20 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ  ଢ଼ିଙ୍କିଆ ଗାଁରେ ପରିବର୍ତ୍ତନର ଧାରା, ବହୁ ପରିବାର  ଦେଲେ ପାନବରଜ

ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ  ଢ଼ିଙ୍କିଆ ଗାଁରେ ପରିବର୍ତ୍ତନର ଧାରା, ବହୁ ପରିବାର  ଦେଲେ ପାନବରଜ

ପାରାଦୀପ, ୫/୧/୨୦୨୨ (ଓଡ଼ିଶା ସମାଚାର)-ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ଏବେ ଏକ ଭିନ୍ନ ବାତାବରଣ ସୃଷ୍ଟି ହେବାରେ ଲାଗିଛି।  ଦୀର୍ଘ ବର୍ଷ ଧରି ଏରସମା ତହସିଲ ଅଧିନରେ ଥିବା ଢ଼ିଙ୍କିଆ ପଞ୍ଚାୟତ ଶିଳ୍ପ ବିରୁଦ୍ଧରେ ଆନ୍ଦୋଳନରେ  ଧୀରେ ଧୀରେ ଶିଥିଳ ହେବାରେ ଲାଗିଛି। ବିଗତ ଦିନରେ ଯାହା ସ୍ଥିତି ରହିଥିଲା ଏଵେ ଗତ କିଛି ଦିନ ହେବ ଚିତ୍ର ବଦଳିବା ରେ ଲାଗିଛି। ଏହି ଆନ୍ଦୋଳନ କାରୀଙ୍କ ମଧ୍ୟରୁ ଅନେକ ଲୋକ ଶିଳ୍ପ ପ୍ରତିଷ୍ଠା ନେଇ ସହମତି ପ୍ରକାଶ କରୁଥିବାର ଦେଖିବାକୁ ମିଳିଛ।ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜେ ଏସ ଡ ବ୍ଲୁ ପ୍ରକଳ୍ପ ବିରୁଦ୍ଧରେ ଆନ୍ଦୋଳନର ଆଗ ଧାଡିରେ ଥିବା କିଛି ଲୋକ ଗତ ତିନି ଦିନ ହେବ ନିଜ ଇଛାରେ ପାନବରଜ ମାପଚୁପ କରିଛନ୍ତି।ଆଜି ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ ମାହାଳ ଓ ପାଟଣା ଗାଁର  ୩୫ ଜଣ ହିତାଧିକାରୀଙ୍କ ପାନବରଜ ମାପଚୁପ କରାଯାଇଛି। ସେଥି ମଧ୍ୟରୁ ୮ ଟି ପାନବରଜ ଭଙ୍ଗା ଯାଇଛି। ଏହି ତିନି ଗାଁ ର ଲୋକମାନେ ଆଜି ନିଜ ଇଛାରେ ସ୍ଥାନୀୟ ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ କମ୍ପାନୀର ଅଧିକାରୀ ମାନଙ୍କ ଉପସ୍ଥିତିରେ ପାନବରଜ ମାପଚୁପ କରିଛନ୍ତି। ଏରସମା ତହସିଲଦାରଙ୍କ ନେତୃତ୍ୱରେ ପାଞ୍ଚ ଟି  ଟିମ୍ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏହି ଢ଼ିଙ୍କିଆ ଓ ମାହାଳ ଗାଁରେ ଥିବା ଅନ୍ୟ ବରଜ ଗୁଡ଼ିକ ଅଧିଗ୍ରହଣ କରିବାକୁ ଲୋକମାନେ ସହମତି ପ୍ରକାଶ କରିଛନ୍ତି। ବିଶେଷ କରି ସ୍ଥାନୀୟ ଲୋକମାନେ ପ୍ରଶାସନିକ ସ୍ତରରେ ଆଲୋଚନା କରିବା ପରେ ନିଜ ନିଜ ଇଛାରେ କମ୍ପାନୀ ପାଇଁ ଏଭଳି ସହଯୋଗର କରୁଥିବା ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ଜେ ଏସ ଡ ବ୍ଲୁ ପ୍ରକଳ୍ପ ବୀରୋଧି ନେତା ଦେବେନ୍ଦ୍ରର ପରିବାର ସମ୍ପର୍କୀୟ ଲୋକେ ଦେଲେ ପାନବରଜ

ପାରାଦୀପ, ୩/୧/୨୦୨୨ (ଓଡ଼ିଶା ସମାଚାର)-  ଦୀର୍ଘ ବର୍ଷ ଧରି ଏରସମା ତହସିଲ ଅଧିନରେ ଥିବା ଢ଼ିଙ୍କିଆ ପଞ୍ଚାୟତ ଶିଳ୍ପ ବୀରୋଧରେ …

Leave a Reply

Your email address will not be published. Required fields are marked *