Thursday , January 20 2022
Breaking News
Home / ତାଜା ଖବର / ଘରେ ପସି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନାମୁଦି, ଚେନ୍ ଓ ମୋବାଇଲ ଲୁଟିନେଲେ ଦୁର୍ବୃତ

ଘରେ ପସି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନାମୁଦି, ଚେନ୍ ଓ ମୋବାଇଲ ଲୁଟିନେଲେ ଦୁର୍ବୃତ

ଭୁବନେଶ୍ୱର , ୫/୧/୨୦୨୨ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)- ଦିନ ଦି ପହରେ ଘରେ ପସି ମହିଳା ଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ । ଏଭଳି ଘଟଣା ଘଟିଛି ଜଗନ୍ନାଥନଗର ଲେନ୍ ନଂ- ୪ ରେ । ଘରେ ସ୍ୱାମୀ ନଥିବାବେଳେ ୨ ଜଣ ଦୁର୍ବୃତ ଘରେ ପସି ଗୀତାଂଜଳି ପାଲଟାସିଂ ନାମକ ମହିଳାଙ୍କ ହାତ, ଗୋଡ଼, ମୁହଁ ବାନ୍ଧିପକାଇ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଗୀତାଂଜଳୀଙ୍କୁ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ ମହିଳାଙ୍କ ସୁନା ଚେନ୍, ମୁଦି ଓ ମୋବାଇଲ ଆଦି ଲୁଟି ନେଇଛନ୍ତି । ଖବର ପାଇ ତାଙ୍କ ସ୍ୱାମୀ ଘରେ ପହଂଚିଥିଲେ । ଖବର ପାଇ ଶହିଦନଗର ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି । ଓଡ଼ିଶା ସମାଚାର

About admin

Check Also

କଟକର ଏକ ବେଆଇନ୍ ଲିଙ୍ଗ ନିରୂପଣ ଲ୍ୟାବ ଉପରେ କମିଶନରେଟ ପୋଲିସର ଚଢାଉ

କଟକ ସଦର , ୧୭/୦୧/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ମଙ୍ଗଳାବାଗ ଅଞ୍ଚଳର ଏକ ଟେଷ୍ଟିଙ୍ଗ୍ ଲ୍ୟାଵରେ ଦୀର୍ଘ ଦିନ ହେବ …

Leave a Reply

Your email address will not be published. Required fields are marked *