Tuesday , August 9 2022
Breaking News
Home / କୃଷି / ଗରଦପୁର ରେ ଧାନମଣ୍ଡି ଉଦଘାଟିତ 

ଗରଦପୁର ରେ ଧାନମଣ୍ଡି ଉଦଘାଟିତ 

ଗରଦପୁର, ୫/୧/୨୦୨୨ (ଓଡ଼ିଶା ସମାଚାର)-ଗରଦପୁର କୃଷି ସମବାୟ ସମିତିରେ ଆଜି ସରକାରଙ୍କ ତରଫରୁ ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ସମବାୟ ସମିତିର ପୂର୍ବତନ ସଭାପତି ରଂଜିତ କୁମାର ପଣ୍ଡା ସଭାପତିତ୍ୱ କରିଥିବାବେଳେ ଏଥିରେ ସମ୍ମାନୀୟ ଅତିଥି ଭାବେ ଗରଦପୁର ତହସିଲଦାର ସନ୍ତୋଷ ସାହୁ ,ଗରଦପୁର ଯୋଗାଣ ଅଧିକାରୀ ସ୍ୱରୂପ କୁମାର ଦାସ ଓ  ଆତ୍ମା ଅଧ୍ୟକ୍ଷ ଦିପକ କୁମାର ରାଉତ ଯୋଗଦେଇ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟରେ ଟୋକନ ଜରିଆରେ ଚାଷୀମାନେ ନିଜ ନିଜ ଅମଳ ଧାନକୁ ପରିସ୍କାର ପରିଛନ କରି ସରକାରୀ ମଣ୍ଡିରେ ବିକ୍ରୟ କରି ବେଶ ଦୁଇ ପଇସା ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ । କୃଷି ସମବାୟ ସମିତିର ସମ୍ପାଦକ ଜ୍ୟୋତିରଂଜନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଏଥିରେ ପୂର୍ବତନ ସରପଂଚ ପ୍ରତିନିଧି ମଲିକ୍ , ଚାଷୀ ରଂଜିତ କୁମାର ଦାସ, ନାଗମଣି ବେହେରା, ଭବାନୀ ଶଙ୍କର ପାଣି,ପ୍ରଫୁଲ ସାହୁ , ପ୍ରତାପ ସାହୁ, ସୁରେଶ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ସମିତିର କର୍ମଚାରୀ ଦିଲିପ କୁମାର ଦାସ ଓ ରଂଜିତ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥିମାନେ ନଡ଼ିଆ ବାଡ଼େଇ ଧାନମଣ୍ଡି ଉଦଘାଟନ କରିଥିଲେ । ସେହିପରି ଗରଦପୁର ବ୍ଲକ୍ ର ବେଡ଼ାରୀ, ପାଖଡ଼, ତଳକୁସୁମା,ସାନ ଅଢ଼ଙ୍ଗା, ନଡ଼ିଆବରାଇ ଓ ବଙ୍ଗାଳପୁର ପଂଚାୟତରେ ଆଜି ମଧ୍ୟ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି ବୋଲି ସମିତି ସମ୍ପାଦକ ସର୍ବଶ୍ରୀ ଉମାକାନ୍ତ ସାହୁ, ଦିଲିପ କୁମାର ପଣ୍ଡା, ଖଗେଶ୍ୱର ସାହୁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗରଦପୁର ବ୍ଲକ୍ ର ସବୁ ପଂଚାୟତରେ ପ୍ରାଥମିକ କୃଷି ସମବାୟ ସମିତି ନାହିଁ

ଗରଦପୁର,୩୧/୭/୨୦୨୨(ଓଡ଼ିଶା ସମାଚାର)- କୃଷିକୁ ସରକାର ଗୁରୁତ୍ୱ ଦେଉଥିବାବେଳେ କୃଷି ସହିତ ଅଙ୍ଗାଙ୍ଗିଭାବେ ଜଡ଼ିତ ସମବାୟ ବିଭାଗକୁ ସେତେ ଗୁରୁତ୍ୱ ଦିଆଯାଉନାହିଁ …

Leave a Reply

Your email address will not be published.