Tuesday , August 16 2022
Breaking News
Home / ବିଶେଷ / କଲରାବାଙ୍କ ଉପଡାକ ଘରେ ନୂତନ ଆଧାର ସେବାକେନ୍ଦ୍ର ଉଦଘାଟିତ 

କଲରାବାଙ୍କ ଉପଡାକ ଘରେ ନୂତନ ଆଧାର ସେବାକେନ୍ଦ୍ର ଉଦଘାଟିତ 

ରଘୁନାଥପୁର, ୫/୧/୨୦୨୨ (ଓଡ଼ିଶା ସମାଚାର)-ଭାରତର ପ୍ରଥମ ସ୍ମାର୍ଟ ଗ୍ରାମ କଲରାବାଙ୍କ ଉପଡାକ ଘରେ ନୂତନ ଆଧାର ସେବାକେନ୍ଦ୍ର  କଟକ ଦକ୍ଷିଣ ଡାକ ମଣ୍ଡଳର ଅଧୀକ୍ଷକ ଗଜେନ୍ଦ୍ର ପ୍ରସାଦ କରଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଏହି କଲରାବାଙ୍କର ଉପଡାକ ଘରେ ନୂତନ ଆଧାର କେନ୍ଦ୍ର ଖୋଲିବାପାଇଁ କନ୍ଧମାଳ ସାଂସଦ ତଥା ସ୍ମାର୍ଟ ଗ୍ରାମର ପ୍ରତିଷ୍ଠାତା ଡ.ପ୍ରଫେସର ଅଚୁ୍ୟତ ସାମନ୍ତଙ୍କ ଉଦ୍ଧ୍ୟମରେ ଖୋଲାଯାଇଥିବାରୁ ଏହି ଗ୍ରାମବାସୀ ତଥା ଆଖପାଖ ୧୫ଗୋଟି ଗ୍ରାମର ହଜାର ହଜାର ଜନସାଧାରଣ ସାଂସଦ ଡ.ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଉଦଘାଟନ ସଭାରେ ଗ୍ରାମକିମିଟି ସଭାପତି ଅଂଜନ କୁମାର ସାମନ୍ତ, ସମ୍ପାଦକ ଅଭିନ ଚନ୍ଦ୍ର କେସ ଯୋଗଦେଇ ଆଗାମୀ ଦିନରେ ଏହି ଡାକଘରର ଉନ୍ନତି ପାଇଁ ଗଠନ ମୂଳକ ମତାମତ ଦେବା ସହିତ କଲରାବାଙ୍କ ଉପଡାକ ଘରର ଉପ ଡାକପାଳ ଅସିଦ୍ କୁମାର ସ୍ୱାଇଁଙ୍କର କାର୍ଯ୍ୟକୁ ଭୂୟସୀ ପ୍ରଂଶସା କରିଥିଲେ । ରଘୁନାଥପୁର ଉପଡାକ ଘରର ସମସ୍ତ କର୍ମଚାରୀ ଓ କଲରାବାଙ୍କ ଉପଡାକ ଘର ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଅଧୀକ୍ଷକ ଶ୍ରୀ କର ଏକ ବିଜନେସ ରିଭୁ ବ÷÷ଠକ କରାଇଥିଲେ । ଏହି ବୈଠକରେ ମଣ୍ଡଳ ସୁପରଭାଇଜର ଦିବ୍ୟସିଂହ ତ୍ରିପାଠୀ, କଟକ କେନ୍ଦ୍ରୀୟ ଉପମଣ୍ଡଳ ଡାକ ନିରୀକ୍ଷକ ଅମୂଲ୍ୟ ପ୍ରସାଦ ରଥ, ଡାକ ବିଭାଗର ସମସ୍ତ ଯୋଜନା କିପରି ସୂଚାରୁରୂପେ ସାଧାରଣଙ୍କ ଲୋକଙ୍କ ନିକଟରେ ପହଂଚି ପାରିବ ସେ ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ । ଏଣିକି ସରକାରୀ ନିୟମ ଅନୁଯାୟୀ କଲରାବାଙ୍କ ଉପଡାକଘରେ ଜନସାଧାରଣ ଆଧାର ଜନିତ ସମସ୍ତ ସୁବିଧା ପାଇପାରିବେ ବୋଲି ଅଧୀକ୍ଷକ ଶ୍ରୀ କର କହିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.