Wednesday , January 26 2022
Breaking News
Home / ବିଶେଷ / ଅମୂଲ୍ୟରତ୍ନ ସ୍ମୁତି ସମ୍ମାନ ପ୍ରଦାନ ସମାରୋହ

ଅମୂଲ୍ୟରତ୍ନ ସ୍ମୁତି ସମ୍ମାନ ପ୍ରଦାନ ସମାରୋହ

ମାହାଙ୍ଗା, ୫/୧/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା )- ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଶତାୟୁ ଶିକ୍ଷାନୁଷ୍ଠାନ କୋଠପଦା ମାଇନର ସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଅମୂଲ୍ୟ କୁମାର ଷଢଙ୍ଗୀଙ୍କ ତୃତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଏବଂ ଅମୂଲ୍ୟ ରତ୍ନ ସ୍ମୁତି ସମ୍ମାନ ପ୍ରଦାନ ଉତ୍ସବ ମଉଦା ପଞ୍ଚାୟତ ଅନ୍ତର୍ଗତ ସଂକ୍ରୋଡା ଠାରେ ସାହିତ୍ୟିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଗାନ୍ଧିବାଦୀ ନେତା ତଥା ପ୍ରାକ୍ତନ ମାହାଙ୍ଗା ବ୍ଲକ ଚେୟାରମ୍ୟାନ ସରୋଜବନ୍ଧୁ ଦାଶ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଜିଲ୍ଲାଜଜ କୁଞ୍ଜ ବିହାରୀ ସ୍ୱାଇଁ ଯୋଗଦେଇ ସ୍ବର୍ଗତ ଅମୂଲ୍ୟ ଷଢଙ୍ଗୀଙ୍କ ସାମଗ୍ରିକ ଜୀବନ ଅତୁଳନୀୟ ତ୍ୟାଗ,ସେବା ଓ ମାନବୀୟ ଚେତନାରେ ଉଦ୍ଭାସିତ ହୋଇପାରିଥିଲା ବୋଲି କହିଥିଲେ । ବିଶିଷ୍ଟ ଶିକ୍ଷାବିତ ତଥା ସୁସାହିତ୍ୟିକ ମାଧବ ଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି ଉତ୍ସବରେ କବି ବିଶ୍ୱେଶ୍ୱର ମହାନ୍ତି, ପ୍ରଦୀପ୍ତ କୁମାର ସାହୁ,ପି ପି କଲେଜ ନିଶ୍ଚିନ୍ତକୋଇଲିର ପ୍ରାକ୍ତନ ଅଧ୍ୟକ୍ଷ ଏକାଦଶୀ ସେନାପତି, ମହିୟସୀ ଉଷାମଣି ଷଢଙ୍ଗୀ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ଅମରେନ୍ଦ୍ର ଷଢଙ୍ଗୀ, କବି ଲବଙ୍ଗଲତା ରାଉତ, ସାମାଜିକକର୍ମୀ ରାମଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ମାହାଙ୍ଗାର ଅମୂଲ୍ୟରତ୍ନ ଦିବଂଗତ ଅମୂଲ୍ୟ ଷଢଙ୍ଗୀଙ୍କ ଆଦର୍ଶମୟ ଜୀବନ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ । ଏହି ଅବସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପତିଙ୍କୁ ଅମୂଲ୍ୟ ରତ୍ନ ଆଦର୍ଶ ଶିକ୍ଷକ ସମ୍ମାନ,ଜଗନ୍ନାଥ ରାଉତଙ୍କୁ ଅମୂଲ୍ୟ ରତ୍ନ ପ୍ରତିଭା ସମ୍ମାନ, କିଶୋରଚନ୍ଦ୍ର ଦାଶଙ୍କୁ ଅମୂଲ୍ୟରତ୍ନ କଳା ସମ୍ମାନ, ମିହିର ରଞ୍ଜନ ବାରିକଙ୍କୁ ଅମୂଲ୍ୟ ରତ୍ନ ମେଧା ସମ୍ମାନ ପ୍ରଦାନ କରାଯାଇଥିଲା । ସମାଜସେବୀ ହିମାଂଶୁ ଶେଖର ଦାଶ ସ୍ୱାଗତ ଭାଷଣ ଏବଂ ଡକ୍ଟର ତରୁଲତା ଦେବୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ପ୍ରଶାନ୍ତ ଷଢଙ୍ଗୀ, ଶ୍ରୀକାନ୍ତ ଷଢଙ୍ଗୀ, ସୌଦାମିନୀ ଷଢଙ୍ଗୀ, ନମିତା ଷଢଙ୍ଗୀ, ସ୍ନେହଁଲତା ଷଢଙ୍ଗୀ, ଦୀପ୍ତି ରଞ୍ଜନ ନାୟକ, ପୁଷ୍ପଲତା ଷଢଙ୍ଗୀ, ସୁଚିତ୍ରା ଷଢଙ୍ଗୀ ପ୍ରମୁଖ ପରିଚାଳନା କରିଥିଲେ । ଦିବଂଗତ ଅମୂଲ୍ୟ କୁମାରଙ୍କ ସ୍ମୁତିରେ ଗୀତା ପାଠ, ବସ୍ତ୍ରଦାନ, ଏବଂ ଭୁରି ଭୋଜନ ଆୟୋଜନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *