Tuesday , August 9 2022
Breaking News
Home / ବିଶେଷ / ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଜଳନିଷ୍କାସନ ପଥ ଅବରୋଧ କୁ ହଟାଇଲା ପ୍ରଶାସନ

ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଜଳନିଷ୍କାସନ ପଥ ଅବରୋଧ କୁ ହଟାଇଲା ପ୍ରଶାସନ

ଗରଦପୁର, ୪/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ଆଳିଜଙ୍ଗା ଠାରେ ଥିବା ଅସୁରଖୋଳାର ଶାଖା ପାଟନାଳି ଜଳଶ୍ରୟକୁ ଦୁଇମାସ ପୂର୍ବେ ଜମିକୁ ରାସ୍ତା ପକାଇବା ଆଳରେ ବାଲି ପକାଇ ଅବରୋଧ କରାଯାଇଥିଲା । ଆଜି ପ୍ରଶାସନିକ ଅଧିକାରୀମାନେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଧେଶ ମୁତାବକ ଅବରୋଧ ସ୍ଥାନରୁ ଜେସିବି ଓ ଟ୍ରାକ୍ଟର ଲଗାଇ ବାଲି ଉଠାଣ ଜାରି ରଖିଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ ଚିତ୍ରୋପôଳା ପାଇକା ଦ୍ୱୀପାଂଚଳ ମଧ୍ୟରେ ଉଦବୃତ ଜଳ ନିଷ୍କାସନ ପାଇଁ ଏକ ପ୍ରାକୃତିକ ପାଟନାଳୀ ଅଶୃଖୋଳା ନାମରେ ଦୀର୍ଘ ୬୦ କିମି ବ୍ୟାପି ରହିଛି । ଆଳିଜଙ୍ଗା,ଶଙ୍କରଭୋଳ ଗ୍ରାମର ଉଦବୃତ ବର୍ଷାଜଳ ନିଷ୍କାସନ ପାଇଁ ଏକ ଶାଖା ପାଟନାଳୀ ଆଳିଜଙ୍ଗା ଠାରୁ ଅଶୃଖୋଳାକୁ ଲାଗିଛି । ଆଳିଜଙ୍ଗା ଠାରେ ଥିବା ଏହି ଜଳାଶ୍ରୟ ଶାଖା ପାଟନାଳୀରେ କ୍ରିଷ୍ଣାନନ୍ଦପୁର ଗ୍ରାମର ୩ ଜଣ ବ୍ୟକ୍ତି ପାଟନାଳି ସେପଟେ ଥିବା ନିଜ ଜମିକୁ ରାସ୍ତା ନେବା ପାଇଁ ଏହି ଜଳାଶ୍ରୟରେ ବାଲି ପକାଇ ପ୍ରାକୃତିକ ଜଳ ନିଷ୍କସନ ପଥକୁ ଅବରୋଧ କରିଥିଲେ । ଏହାର ପ୍ରତିବାଦ କରି ଆଳିଜଙ୍ଗା ଗ୍ରାମବାସୀ ଗରଦପୁର ତହସିଲଦାର , ସବ କଲେକ୍ଟର ଓ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନିକ ଅଧିକାରୀମାନେ କୌଣସି ପଦକ୍ଷେପ ନନେଇ ଚପ୍ ବସିଥିଲେ । ଫଳରେ ଗ୍ରାମବାସୀମାନେ ଉଚ୍ଚ ନ୍ୟାୟାଳୟ ରେ ଏକ ରିଟ ପିଟିସନ୍ ଦାଖଲ କରି ନ୍ୟାୟ ପାଇଁ ଆପତି କରିଥିଲେ । ଉଚ୍ଚ ନ୍ୟାୟାଳୟ ଡବ୍ଲୁପିସି ୩୦୫୫୯/୨୧ତା ୬.୧୨.୨୧ ରିଖ ଏକ ନିର୍ଦ୍ଧେଶ ଦେଇ ଜଳାଶ୍ରୟ ରୁ ଅବରୋଧ ହଟାଇ ପୂର୍ବାବସ୍ଥା ଫେରାଇବା ପାଇଁ ପ୍ରଶାସନକୁ ନିର୍ଦ୍ଧେଶ ଦେଇଥିଲେ । ଯାହା ଫଳରେ ଆଳିଜଙ୍ଗା ର ଖାତା ନଂ-୨୫୩, ପ୍ଲଟ ନଂ-୨୪ ସରକାରୀ ଜଳାଶ୍ରୟ ରେ ଥିବା ଅବରୋଧକୁ ହଟାଇବା ପାଇଁ ଆଜି ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଂଚିଥିଲେ । ଗରଦପୁର ତହସିଲଦାର ସନ୍ତୋଷକୁମାର ସାହୁ ,ପାଟକୁରା ଥାନା ଆଇଆଇସି ସରୋଜ କୁମାର ସାହୁ, କୋରୁଆ ଫାଣ୍ଡି ଅଧିକାରୀ ଅଜୟ ସୁନ୍ଦରାୟ ସଦଳବଳେ ସ୍ଥାନୀୟ ସରପଂଚ ମଳୟା ବାସିନୀ ମହାନ୍ତି ସେଠାରେ ଉପସ୍ଥିତ ହୋଇଥିଲେ । ଗୋଟିଏ ଜେସିବି ଓ ୩ ଟି ଟ୍ରାକ୍ଟର କାର୍ଯ୍ୟରେ ଲଗାଯାଇ ଅବରୋଧ ସ୍ଥାନରୁ ବାଲି ଉଠାଯିବା କାର୍ଯ୍ୟ ଜାରି ରହିଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.