Tuesday , September 27 2022
Breaking News
Home / ଶିକ୍ଷା / ରାତି ପାହିଲେ ମାଟ୍ରିକ୍ ସେମିଷ୍ଟର ପରୀକ୍ଷା ଆରମ୍ଭ – ପାଟକୁରା ନୋଡ଼ାଲ ସେଂଟର ଅଧିନରେ ୨୫୦୬ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ

ରାତି ପାହିଲେ ମାଟ୍ରିକ୍ ସେମିଷ୍ଟର ପରୀକ୍ଷା ଆରମ୍ଭ – ପାଟକୁରା ନୋଡ଼ାଲ ସେଂଟର ଅଧିନରେ ୨୫୦୬ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ

ଗରଦପୁର, ୪/୧/୨୦୨୨ (ଓଡ଼ିଶା ସମାଚାର)-ଆସନ୍ତା କାଲି ମାଟ୍ରିକ୍ ସେମିଷ୍ଟର – ୧ ପରୀକ୍ଷା ଆରମ୍ଭ ହେଉଛି । ସେଥିପାଇଁ ଗରଦପୁର ବ୍ଲକ୍ ର ୧୨୩୦ ଛାତ୍ର ଛାତ୍ରୀ ୬ ଟି ସେଂଟରରେ ପରୀକ୍ଷା ଦେବା ବ୍ୟବସ୍ଥା ହୋଇଛି । ପାଟକୁରା ନୋଡ଼ାଲ ସେଂଟର ଅଧିନରେ ଗରଦପୁର ବ୍ଲକ୍ ର ପାଟକୁରା, ପାଖଡ଼, ତଳକୁସୁମା, କୋରୁଆ, କୁଦାନଗରୀ ଓ ଭଗବାନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସେଂଟର ହୋଇଥିବାବେଳେ ମାର୍ଶଘାଇ ବ୍ଲକ୍ ର ଆଖୁଆ,ପେଣ୍ଠ, କରିଲୋପାଟଣା,ଅନ୍ତେଇ ଉଚ୍ଚ ବିଦ୍ୟାଳୟ ସମେତ ଡ଼େରାବିଶି ବ୍ଲକ୍ ର ଛକନାସ୍ଥିତ ସାରଦା ଏକାଡ଼େମୀ ଏହିପରି ମୋଟ୍ ୧୨ ଟି ସେଂଟର ଛାତ୍ର ଛାତ୍ରୀଙ୍କ ପରୀକ୍ଷା ପାଇଁ ହୋଇଛି । ଏ ସମସ୍ତ ସେଂଟର ଗୁଡ଼ିକରେ ମୋଟ ୨୫୦୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ସୁବ୍ୟବସ୍ଥା ଗ୍ରହଣ କରାଯାଇଛି । ଏତଦବ୍ୟତିତ ପାଟକୁରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ମଧ୍ୟମା ପରୀକ୍ଷା କେନ୍ଦ୍ର କରାଯାଇଛି । ୩ ଦିନ ଧରି ହେବାକୁ ଥିବା ଏହି ପରୀକ୍ଷାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଶିକ୍ଷା ପ୍ରଶାସକଙ୍କ ତରଫରୁ ସୁବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସକାଳୁ ପାଟକୁରା ନୋଡ଼ାଲ ସେଂଟରରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ପ୍ରଶ୍ନପତ୍ର ନିଆଯିବ । ପ୍ରଶ୍ନପତ୍ର ଦେବାପାଇଁ ୨ ଟି ଡ଼େସପାଚ୍ ଟିମ ଗଠନ କରାଯାଇଛି । ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପ୍ରଶ୍ନପତ୍ର ପହଂଚାଇବା ପାଇଁ ଶସସ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛ ବୋଲି ପାଟକୁରା ନୋଡ଼ାଲ ସେଂଟର କୋଅଡ଼ିନେଟର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.