Friday , August 19 2022
Breaking News
Home / ସ୍ୱାସ୍ଥ୍ୟ / ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୨ ଜଣ କିଶୋର , କିଶୋରୀ ଟୀକାନେଲେ

ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୨ ଜଣ କିଶୋର , କିଶୋରୀ ଟୀକାନେଲେ

ଭୁବନ,୪/୧/୨୦୨୨ (ଓଡ଼ିଶା ସମାଚାର)-ମହାମାରୀ କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ ର ଦୃତ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ସରକାର୧୫ ରୁ ୧୭ ବର୍ଷ ପର୍ଯ୍ୟନ୍ତ କିଶୋର , କିଶୋରୀ ମାନଙ୍କୁ ଜାନୁଆରୀ ୩ ତାରିଖ ଠାରୁ ଟୀକା ଦେବାକୁ ଘୋଷଣା କରିବା ପରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲିଠାରୁ ଟୀକା ଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ଟୀକା ନେବାକୁ ଯୁବବର୍ଗ ଖୁବ ଉତ୍ସାହିତ ହୋଇ ଡାକ୍ତରଖାନାରେ ଗହଳି କରୁଥିବା ଦେଖିବାକୁ ମିଳୁଛି । ଗତକାଲି ଓ ଆଜି ଦୁଇ ଦିନରେ ସମୁଦାୟ ୧୬୨ ଜଣ କିଶୋର , କିଶୋରୀ କୋଭାକ୍ସିନ ଟୀକା ନେଇଛନ୍ତି । ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଋମେଶ କୁମାର ସାହୁ ଙ୍କ ତତ୍ୱାବଧାନରେ ଡା. ସିଦ୍ଧାର୍ଥ ପତି ଏହି ଟୀକା ଦାନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ, ଏଏନଏମ ସ୍ୱର୍ଣ୍ଣଲକ୍ଷ୍ମୀ ସେଠୀ , ରତ୍ନପ୍ରଭା ନାୟକ ପରିଚାଳନା କରୁଛନ୍ତି । କୋଭିଡ ଭେକ୍ସିନେଟର ସୋନାଲି ଦାସ ଟୀକା ଦେଉଥିବାବେଳେ ବିଭୁ ପ୍ରସାଦ ସାହୁ ଡାଟାଏଣ୍ରି୍ଟ କାମ କରୁଛନ୍ତି । ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଏକ ସଚେତନତା ରଥ ପରିକ୍ରମା କରୁଛି । ଓଡ଼ିଶା ସମାଚାର

About admin

Check Also

୧୧୪ ଜଣ ଶିଶୁ ଙ୍କ ସମେତ ୪୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ଜଣେ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ମଧ୍ୟ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ୫ଶହ ତଳେ ରହିଛି । ଗତ ୨୪ ଘଣ୍ଟା …

Leave a Reply

Your email address will not be published.