Thursday , January 20 2022
Breaking News
Home / କ୍ରୀଡ଼ା / ବରୁଣେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସାହାପୁରକୁ ହରାଇ ଚଣ୍ଡିଖୋଲ ଚାମ୍ପିୟନ

ବରୁଣେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସାହାପୁରକୁ ହରାଇ ଚଣ୍ଡିଖୋଲ ଚାମ୍ପିୟନ

ମାହାଙ୍ଗା,୦୪/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତରେ ୩ଦିନ ବ୍ୟାପୀ “ମାଆ ବରୁଣେଇ କ୍ରିକେଟ ଆସୋସିଏସନ’ ଗୁଣୁପୁର ପକ୍ଷରୁ ଆୟୋଜିତ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଇଲେଭେନ ଷ୍ଟାର କ୍ରିକେଟ ଟିମ ସାହାପୁରକୁ ହରାଇ ରିଲିଆନ୍ସ କ୍ରିକେଟଟିମ ଚଣ୍ଡିଖୋଲ ଚାମ୍ପିୟନ ଟ୍ରଫି ହାସଲ କରିଥିଲା । ପ୍ରଥମେ ଟସ ଜିତି ରିଲିଆନ୍ସ କ୍ରିକେଟ ଟିମ ନିର୍ଦ୍ଧାରିତ ୧୦ ଓଭରରେ ୫ଟି ମୂଲ୍ୟବାନ ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିଥିବାବେଳେ, ଏହାର ଜବାବରେ ଇଲେଭେନ ଷ୍ଟାର କ୍ରିକେଟ ଟିମ ସାହାପୁର ୮.୫ ଓଭର ମଧ୍ୟରେ ୧୦ ଗୋଟି ଉଇକେଟ ହରାଇ, ମାତ୍ର ୬୬ ରନ ସଂଗ୍ରହ କରିବା ଦେଖିବାକୁ ମିଳିଥିଲା । ରିଲିଆନ୍ସ କ୍ରିକେଟ ଟିମ ଚଣ୍ଡିଖୋଲର ପ୍ରକାଶ ମ୍ୟାନଅଫ ଦି’ ସିରିଜ ଏବଂ ଇଲେଭେନ ଷ୍ଟାର କ୍ରିକେଟ ଟିମ ସାହାପୁରର ସୋଏବ ମ୍ୟାନଅଫ ଦି’ ମ୍ୟାଚ ବିବେଚିତ ହୋଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଯୁବ ସମାଜସେବୀ ରାକେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅଖିଳେଶ ମହାନ୍ତି ମୁଖ୍ୟବକ୍ତାଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଅନୁଷ୍ଠିତ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବେଶ ରୋଚକ ହୋଇପାରୁଛି ବୋଲି କହିଥିଲେ । ସାମାଜିକକର୍ମୀ ଦୀପକ ଦାଶ ଓ ପ୍ରିୟ ପ୍ରସାଦ ସାମଲ ସମ୍ମାନିତ ବକ୍ତାଭାବେ ଯୋଗଦେଇଥିଲେ । ଅତିଥିମାନେ ବିଜୟୀ ଓ ରନର୍ସଅପ୍ ଟିମକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନକରିଥିଲେ । ଶିକ୍ଷାବିତ ପ୍ରଭାତ କୁମାର ପାଣିଙ୍କ ସଭାପତିତ୍ୱରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅମ୍ପେୟାର ଭାବେ ସନ୍ତୋଷ କର, ପିଣ୍ଟୁ ନାଥ ଏବଂ ଦେବୀପ୍ରସାଦ ପଲେଇ ଖେଳ ପରିଚାଳନା କରିଥିଲେ । ପ୍ରକାଶ କୁମାର ଦାଶ, ଦେବାଶିଷ ମିଶ୍ର, ବିଶ୍ୱଜିତ ବିଶ୍ୱାଳ, ବିଭୁତି ଓ ଆକାଶ ପ୍ରମୁଖ ଘୋଷକ ଭାବେ କାର୍ୟ୍ୟ ସମ୍ପାଦନା କରିବା ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

About admin

Check Also

କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନରେ ନାମ ପଞ୍ଜିକରଣ

କେନ୍ଦ୍ରାପଡ଼ା, ୪/୧/୨୦୨୨ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ନିର୍ଦ୍ଧେଶ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ୮ ରୁ …

Leave a Reply

Your email address will not be published. Required fields are marked *