ଗରଦପୁର, ୪/୧/୨୦୨୨ (ଓଡ଼ିଶା ସମାଚାର)- ଅବିଭକ୍ତ ବଡ଼ ବେତ୍ରା ପଂଚାୟତର ପୂର୍ବତନ ସରପଂଚ ନୟନ ମହାନ୍ତି (୮୦) ଙ୍କର ଆଜି ପରଲୋକ ହୋଇ ଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ସେ ଜଣେ ଅତ୍ୟନ୍ତ ସ୍ନେହୀ, ମେଳାପି ଓ ସରଳ ମଣିଷ ଥିଲେ । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ର ସେ ସହକର୍ମୀ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବରିଷ୍ଠ ସମାଜସେବୀ ତଥା ପ୍ରାଧ୍ୟାପକ ଅଜୟ ରାଉତ ତାଙ୍କ ବାସ ଭବନରେ ପହଂଚି ତାଙ୍କ ଶବାଧାରରେ ଯୋଗ ଦେଇଥିଲେ । ତାଙ୍କ ମୃତ୍ୟୁରେ ବରିଷ୍ଠ ନେତା ବିଜୟ ମହାପାତ୍ର, ବିଧାୟିକା ସାବିତ୍ରୀ ଅଗ୍ରୱାଲା, ବିଧାୟିକା ଙ୍କ ପ୍ରତିନିଧି ସଂଜୟ ଅଗ୍ରୱାଲା, କେନ୍ଦ୍ରାପଡ଼ା ଜିଲା ଯୁବ ବିଜେଡ଼ି ସଭାପତି ରାଜେଶ ଦାସ, ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା, ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ପୂର୍ବତନ ସରପଂଚ ବନ ବିହାରୀ ପାତ୍ର, ସରପଂଚ ଅରୁଣ କୁମାର ନାୟକ ଓ ଦିଲିପ ନାୟକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମଧୁ ଗ୍ରାମର ସ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁତ୍ର ଦେବାରତ୍ରିତ ମହାନ୍ତି ମୁଖାଗ୍ନୀ ଦେଇଥିଲେ । ତାଙ୍କ ପତ୍ନୀ ଙ୍କ ସମେତ ୩ ଝିଅ, ଜ୍ୱାଇଁ ଓ ପୁତ୍ର ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
