Thursday , January 20 2022
Breaking News
Home / ତାଜା ଖବର / ପିକନିକ ପାଇଁ ଯାଉଥିବା ବେଳେ ଭରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର ; ୨ ମୃତ, ୭ ଆହତ

ପିକନିକ ପାଇଁ ଯାଉଥିବା ବେଳେ ଭରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର ; ୨ ମୃତ, ୭ ଆହତ

ବାଲିଗୁଡା,୦୪/୦୧/୨୨:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା, ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନାର କରଡା ଘାଟିରେ ଏକ ଜାଇଲୋ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓ ଆର-୧୯କେ-୫୬୫୧ ରାଇକିଆ ଅଞ୍ଚଳର ୯ ଜଣ ଯୁବକ ପିକନିକ ପାଇଁ ସୋରଡ଼ା କୁ ଯିବା ବେଳେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୨ ଜଣ ଗୁରୁତରଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗାଡିଟି ପ୍ରାୟ ୫୦ ଫୁଟ ତଳକୁ ଖସିଯାଇଥିଲା । ଖବର ପାଇ ରାଇକିଆ ପୋଲିସ ଘଟଣାର ତଦନ୍ତ ଅବ୍ୟାହତ ରଖିଛି । ଓଡିଶା ସମାଚାର

About admin

Check Also

କଟକର ଏକ ବେଆଇନ୍ ଲିଙ୍ଗ ନିରୂପଣ ଲ୍ୟାବ ଉପରେ କମିଶନରେଟ ପୋଲିସର ଚଢାଉ

କଟକ ସଦର , ୧୭/୦୧/୨୦୨୨(ଓଡିଶା ସମାଚାର /ଵିଷ୍ଣୁ ବେହେରା):କଟକ ମଙ୍ଗଳାବାଗ ଅଞ୍ଚଳର ଏକ ଟେଷ୍ଟିଙ୍ଗ୍ ଲ୍ୟାଵରେ ଦୀର୍ଘ ଦିନ ହେବ …

Leave a Reply

Your email address will not be published. Required fields are marked *