Tuesday , September 27 2022
Breaking News
Home / ବିଶେଷ / ନାବାଳିକା ଶାଳିଙ୍କୁ ନେଇ ପ୍ରେମିକ ଭିଣୋଇ ଫେରାର

ନାବାଳିକା ଶାଳିଙ୍କୁ ନେଇ ପ୍ରେମିକ ଭିଣୋଇ ଫେରାର

ଗରଦପୁର, ୪/୧/୨୦୨୨ (ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ କୋଡ଼ପଲା ଗ୍ରାମର ସୁରେଶ ଶତପଥି ଙ୍କ ନାବାଳିକା ଝିଅ ଚମ୍ପା(ଛଦ୍ମନାମ) ୧୭ ବର୍ଷ ଅପହରଣ ହୋଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ରୀନା ଜଗତସିଂହପୁର ଇଲାକାର ଏକ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷ ରେ ପଢ଼ୁଥିଲେ । ନିକଟସ୍ଥ ପଣସୁଆପଡ଼ା ଗ୍ରାମର ଅକ୍ଷୟ ଦାସ ଙ୍କ ମଝିଆ ପୁଅ ମିଲୁ ଙ୍କ ସହିତ ସେ ଅନେକ ସମୟ ଟେଲଇଫୋନ୍ କଥା ହେଉଥିଲେ । ମିଲୁ ନାବାଳିକାଙ୍କର ସମ୍ପର୍କରେ ବଡ଼ ଭିଣୋଇ ହେବେ ।  ନିଲୁ ର ସାନଭାଇ ନାବାଳିକାଙ୍କର ବଡ଼ ଭଉଣୀକୁ ଗତବର୍ଷ ବିବାହ କରିଛନ୍ତି । ସେହି ଦୃଷ୍ଟିରୁ ନିଲୁ ନାବାଳିକାଙ୍କର ହିସାବରେ ବଡ଼ ଭିଣୋଇ ହେବେ । ଗତ ରବିବାର ରାତି ୨ ଟା ରେ ନିଲୁ ଙ୍କ ସହିତ ନାବାଳିକା ଚମ୍ପା କେଉଁଆଡ଼େ ଫେରାର ହୋଇଯାଇଥିବା ତାଙ୍କ ବାପା ସୁରେଶ ଶତପଥି ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପାଟକୁରା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.