ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ରାଜଧାନୀ ବାଣୀବିହାର ଛକସ୍ଥିତ ଡିସିପି ଅଫିସର ଏକାଧିକ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଫିସକୁ ସିଲ୍ କରାଯାଇଛି। ଡିସିପି ଅଫିସକୁ ବିଏମସି ସିଲ୍ କରିଥିବା ଜଣାଯାଇଛି। ସଂକ୍ରମଣ ରୋକିବାକୁ ସେହି ଅଞ୍ଚଳକୁ ସାନିଟାଇଜ କରାଯିବା ସହ ସେହି ସ୍ଥାନକୁ ନ ଯିବା ପାଇଁ ବାରଣ କରାଯାଇଛି। ୪ ଓ ୫ ତାରିଖ ୨ ଦିନ ପାଇଁ ଡିସିପି ଅଫିସକୁ ସିଲ୍ କରିଛି ବିଏମସି। ଡିସିପି କାର୍ୟ୍ୟାଳୟକୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ବିଏମସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର
