Tuesday , August 9 2022
Breaking News
Home / ବିଶେଷ / ଜାନୁଆରୀ ୩୧ ତାରିଖ ପର୍ୟ୍ୟନ୍ତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅଫିସଗୁଡିକ ଅଧା କର୍ମଚାରୀରେ ଚାଲିବ

ଜାନୁଆରୀ ୩୧ ତାରିଖ ପର୍ୟ୍ୟନ୍ତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅଫିସଗୁଡିକ ଅଧା କର୍ମଚାରୀରେ ଚାଲିବ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅଫିସଗୁଡିକ ଅଧା କର୍ମଚାରୀରେ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାମ କରିବେ । ଜାନୁଆରୀ ୩୧ ତାରିଖ ପର୍ୟ୍ୟନ୍ତ ଏହି ନିୟମ ଅନୁସାରେ ଅଫିସ୍ ଚାଲିବ ।
ତେବେ ଅଣ୍ଡର ସେକ୍ରେଟାରୀ ଏବଂ ଏହାଠାରୁ ଉଚ୍ଚ ପଦରେ କାର୍ୟ୍ୟ କରୁଥିବା ଅଧିକାରୀମାନେ ନିୟମିତ ଅଫିସ୍ ଆସିବେ । ଭିନ୍ନକ୍ଷମ ଏବଂ ଗର୍ଭବତୀ ମହିଳାମାନେ ଅଫିସ୍ ନଆସି ଘରେ ରହି କାର୍ୟ୍ୟ କରିବେ । ଯେଉଁ ଅଧିକାରୀ ଓ କର୍ମଚାରୀମାନେ କଣ୍ଟେନମେଣ୍ଟ ବା ଅବରୋଧ ଅଞ୍ଚଳରେ ରହୁଥିବେ, ସେମାନଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି । ଘରେ ରହି କାର୍ୟ୍ୟ କରୁଥିବା କର୍ମଚାରୀମାନେ ଟେଲିଫୋନ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ସବୁ ସମୟରେ ଯୋଗାଯୋଗରେ ରହିବେ । ଭିଡିଓ କନଫରେନ୍ସିଂ ଜରିଆରେ ମିଟିଂ କରାଯିବ । କାର୍ୟ୍ୟସ୍ଥଳକୁ ଠିକ୍ ଭାବେ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.