Saturday , November 26 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଚିଲିକାରେ ପକ୍ଷୀ ଗଣନା ଆରମ୍ଭ , ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ , ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ଏହି ଗଣନା କାର୍ୟ୍ୟରେ ୧୯ ଟି ଡଙ୍ଗା ସହ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଷାରଦ , ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି । ତେବେ ପକ୍ଷୀ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଚିଲିକା, ସାତପଡ଼ା, ରମ୍ଭା , ନୂଆପଡା , ଟାଙ୍ଗୀରେ ମୋଟ ୨୧ଟି ଟିମ୍ ନିୟୋଜିତ ହୋଇଛନ୍ତି । ପ୍ରତି ଟିମ୍ ରେ ୪ରୁ ୫ ଜଣ ଲଖାଏଁ ଗଣନାକାରୀ ଅଛନ୍ତି ।
ଏହି ଗଣନା କାର୍ୟ୍ୟ ପାଇଁ ୧୦୦ ଜଣ ନିୟୋଜିତ ହୋଇଛନ୍ତି। ୧୯ଟି ଟିମ୍ ଜଳ ଭାଗରେ ଏବଂ ୨ଟି ଟିମ୍ ସ୍ଥଳ ଭାଗରେ ଗଣନା କରୁଛନ୍ତି । ସକାଳ ୫ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ଦିନ ୧ଟା ଯାଏ ଚାଲିବ  । ବାଇନାକୁଲାର୍ ,ବାର୍ଡସ୍ ଗାଇଡ୍ ବୁକ୍ , ବାର୍ଡ ଏକ୍ସପର୍ଟଙ୍କ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି । ସେହିପରି ଗଣନା ସମୟେର ଚିଲିକା ମଧ୍ୟକୁ ପର୍ୟ୍ୟଟକଙ୍କୁ ବାରଣ କରାଯାଇଛି । ଏହି ଗଣନା କାର୍ୟ୍ୟରେ ୧୯ ଟି ଡଙ୍ଗା ସହ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଷାରଦ , ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟର କର୍ମଚାରୀ, ଛାତ୍ର ଛାତ୍ରୀ ଓ ଚିଲିକା ଉନ୍ନୟନ କର୍ତୃପକ୍ଷ (ସିଡ଼ିଏ) ର କର୍ମଚାରୀ ମାନେ ମଧ୍ୟ ଗଣନା କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଚିଲିକା ବନ୍ୟପ୍ରାଣୀ ଡିଭିଜନର ଡ଼ିଏଫଓ ଜ୍ୟୋତି କୋଟାଲ୍ ଏବଂ ଏସିଏଫ୍ ଶରତ କୁମାର ମିଶ୍ର ପ୍ରମୁଖ ଏହାର ମନିଟରିଂ କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.