Thursday , January 20 2022
Breaking News
Home / କ୍ରୀଡ଼ା / କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନରେ ନାମ ପଞ୍ଜିକରଣ

କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଅନଲାଇନରେ ନାମ ପଞ୍ଜିକରଣ

କେନ୍ଦ୍ରାପଡ଼ା, ୪/୧/୨୦୨୨ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ନିର୍ଦ୍ଧେଶ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ୮ ରୁ ୧୮ ବର୍ଷ ବୟସର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ କ୍ରୀଡା ପ୍ରତିଭା ଅନ୍ୱେଷଣ ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା କ୍ରୀଡା ଶିକ୍ଷକ ଓ ପ୍ରଶିକ୍ଷକମାନଙ୍କର ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ଆଗାମୀ ୧୫ ତାରିଖ ସୁଦ୍ଧା ଆବେଦନ କରିବାକୁ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ କୁହାଯାଇଛି । ପଞ୍ଜିକୃତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡା ପ୍ରତିଭା ଚୟନ କରାଯିବ । ଚିହ୍ନିତ ପ୍ରିତିଭାମାନେ କ୍ରୀଡା ଛାତ୍ରାବାସରେ ଅବସ୍ଥାନ କରିପାରିବେ ଅଥବା କ୍ରୀଡା ଛାତ୍ରାବାସ ବାହାରେ ରହି କ୍ରୀଡା ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ କ୍ରୀଡା ଶୃଙ୍ଖଳାରେ ପ୍ରଶିକ୍ଷଣ ଲାଭ କରିପାରିବେ । ଭବିଷ୍ୟତରେ କ୍ରୀଡା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ଜଣେ ଯୋଗ୍ୟ କ୍ରୀଡାବିତ୍, କ୍ରୀଡା ଶିକ୍ଷକ, କ୍ରୀଡା ପ୍ରଶିକ୍ଷକ ତଥା ବିଭିନ୍ନ କ୍ଷେତ୍ରରେ ନିଯୁକ୍ତିର ସୁବିଧା ସୁଯୋଗ ପାଇପାରିବା ସହିତ ସୁପ୍ରତିଷ୍ଠିତ ହେବାରେ ସହାୟକ ହୋଇପାରିବେ । ଜିଲ୍ଲାରେ ଲୁକ୍କାୟିତ ଥିବା କ୍ରୀଡା ପ୍ରତିଭା, କ୍ରୀଡା ଶିକ୍ଷକ ଓ କ୍ରୀଡା ପ୍ରଶିକ୍ଷକମାନେ ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ପ୍ରଦତ ୱେବସାଇଟ୍ (www.department.sportsodisha.gov.in)ରେ ଚଳିତ ମାସ ୧୫ ତାରିଖ ପୂର୍ବରୁ ନିଜ ନିଜର ନାମ ପଞ୍ଜିକରଣ କରିବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଜଣାଇଛନ୍ତି । ଏସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ [email protected] ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ

କେନ୍ଦ୍ରାପଡ଼ା, ୪/୧/୨୦୨୨ (ଓଡ଼ିଶା ସମାଚାର)- ବିପ୍ଳବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ଓ ଗୁରୁବ୍ରଦର୍ସ ର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା …

Leave a Reply

Your email address will not be published. Required fields are marked *