Saturday , August 13 2022
Breaking News
Home / ବିଶେଷ / କେନ୍ଦ୍ରାପଡା ବିଡିଓଙ୍କ ବଦଳି ପ୍ରତିବାଦରେ ସରପଂଚ,ସମିତିସଭ୍ୟଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ବିଡିଓଙ୍କ ବଦଳି ପ୍ରତିବାଦରେ ସରପଂଚ,ସମିତିସଭ୍ୟଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୪/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ହଠାତ୍ ବଦଳିକୁ ନେଇ ବ୍ଲକର ସରପଂଚ ଓ ସମିତି ସଭ୍ୟ/ସଭ୍ୟାମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ବିଡିଓଙ୍କ ବଦଳିକୁ ବିରୋଧ କରି ବ୍ଲକର ସରପଂଚ ଓ ସମିତି ସଭ୍ୟ/ସଭ୍ୟାମାନେ କଂସାର ପଂଚାୟତ ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନାଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ବ୍ଲକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟକାରୀ କରାଇ ରାଜ୍ୟସ୍ତରରେ କେନ୍ଦ୍ରାପଡା ବ୍ଲକକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା କେନ୍ଦ୍ରାପଡା ବିଡିଓ ଶ୍ରୀ ଦାସଙ୍କ ବଦଳି ନିଷ୍ପତି ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବିଡିଓ ଶ୍ରୀ ଦାସଙ୍କ ବଦଳି ଦ୍ୱାରା ବ୍ଲକର ବିଭିନ୍ନ ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଜନସାଧାରଣ ବହୁ ସମସ୍ୟାର  ସମ୍ମୁଖୀନ ହେବେ । ତେଣୁ ବିଡିଓ ଶ୍ରୀ ଦାସଙ୍କ ବଦଳି ନିଷ୍ପତିକୁ ବାତିଲ କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳ ସୁପାରିଶ କରିବା ସହିତ ବିଡିଓଙ୍କୁ ଭାରମୁକ୍ତ ନକରିବା ପାଇଁ ସରପଂଚ ଓ ସମିତିସଭ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, ଭରତପୁର ସରପଂଚ ଜୀନତ୍ ପ୍ରିୟଦର୍ଶିନୀ ରାଉତ, ଭାଗବତପୁର ସରପଂଚ ଧରଣୀଧର ଦାସ, ଚକ୍ରୋଡା ସରପଂଚ ବସନ୍ତ କୁମାର ରାଉତ, ଓସ୍ତପୁର ସମିତିସଭ୍ୟ ପ୍ରସନ୍ନ ରାଉତ, ଢୋଲ ସରପଂଚ ଝୁନା ମଳିକ, ଗୁଲନଗର ସରପଂଚ ପିତବାସ ବେହେରା, ଭାଗବତପୁର ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ, ବଗଡା ସମିତିସଭ୍ୟା ସୌଦାମିନୀ ଦାସ, ପଳସିଂହା ସରପଂଚ କାଦମ୍ବିନୀ ମହାପାତ୍ର,  ପ୍ରମୋଦ କୁମାର ପ୍ରଧାନ, ଲକ୍ଷ୍ମୀପ୍ରିୟା ରାଉତ, ସନ୍ତୋଷ କୁମାର ବେହେରା, ଗଗନ ବିହାରୀ ସାହୁ, ମାନିନୀ ମଳିକ, ହେମନ୍ତ କୁମାର ମଳିକ, ସୁଶିଳା ରାଉତ, ପୂର୍ଣ୍ଣେନ୍ଦୁ ପ୍ରେମାନନ୍ଦ ଘଡେଇ, ରମେଶ ଚନ୍ଦ୍ର ମଳିକ, ରୀନା ମଳିକ, ୬ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.