Thursday , June 30 2022
Breaking News
Home / ବିଶେଷ / କିଶନନଗର ସାରସ୍ଵତ ସାହିତ୍ୟ ସମିତି ପକ୍ଷରୁ କଵିତା ପାଠୋତ୍ସବ, ସମ୍ବର୍ଧନା ପର୍ଵ

କିଶନନଗର ସାରସ୍ଵତ ସାହିତ୍ୟ ସମିତି ପକ୍ଷରୁ କଵିତା ପାଠୋତ୍ସବ, ସମ୍ବର୍ଧନା ପର୍ଵ

କଟକ ସଦର, ୪/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କିଶନନଗର ଵିକାଶ ମଞ୍ଚ ଓ ଉତ୍କଳ ଵିକାଶ ପରିଷଦର ମିଳିତ ଆନୁକୁଲ୍ୟରେ କିଶନନଗର ସାରସ୍ଵତ ସାହିତ୍ୟ ସମିତି ପକ୍ଷରୁ କିଶନନଗର ରାଜକୃଷ୍ଣ ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ କଵିତା ପାଠୋତ୍ସବ ଓ ସମ୍ବର୍ଧନା ପର୍ଵ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ସମାଜସେବୀ କିଶୋର ଜେନାଙ୍କ ପୈ।ରୋହିତ୍ୟ ଓ ସମିତିର ସାଧାରଣ ସମ୍ପାଦକ ଅଧ୍ୟାପକ ଧରଣୀଧର ଜେନାଙ୍କ ସଂଯୋଜନାରେ ଆୟୋଜିତ କଵିତା ପାଠୋତ୍ସବରେ କଵି ଓ କବୟିତ୍ରୀ ଙ୍କ ମଧ୍ୟରେ ବିଜୟଲକ୍ଷ୍ମୀ ପୁହାଣ, ମିନତୀ ମୂଖାର୍ଜୀ, ପ୍ରଦୀପ୍ତ ପ୍ରଧାନ,ରଂଜନ ବେହେରା, ଗଜେନ୍ଦ୍ର ସ୍ୱାଇଁ, ରମାକାନ୍ତ ନାୟକ,ଶିଵ ପ୍ରସାଦ ପଣ୍ଡା, ପ୍ରଦୀପ୍ତ ଆଚାର୍ଯ୍ୟ, ସନ୍ତୋଷ ରାଉତରାୟ, ଅକ୍ଷୟ ସ୍ବାଇଁ,ରାକେଶ ବେହେରା, ଖଗେଶ୍ବର ମହାରଣା ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ।ଏହି ଅବସରେ ସାହିତ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଅଶୋକ ସାମଲ, ଅର୍ଜୁନୀ ମଲ୍ଲିକ,ଭାଗଵତ ପରିଡ଼ା,ଆଲ୍ଲାଉଦ୍ଦିନ୍ ଙ୍କୁ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ କଵି ଖଗେଶ୍ବର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରଵଳ ଶୀତ ସତ୍ୱେ ଵହୁ କବିତା ପ୍ରେମୀ ଶ୍ରୋତା ଉପସ୍ଥିତ ରହିଥିଲେ। ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *