ବାଲିଗୁଡା,୦୪/୦୧/୨୨:(ଓଡିଶା ସମାଚାର): କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ କରଡାଘାଟିରେ ୭୦ଫୁଟ୍ ତଳକୁ ଏକ କାର ଖସିପଡ଼ିବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଗୁରୁତର ଅଛନ୍ତି। ମୃତକମାନେ ହେଲେ ସୁଗଡ଼ବାଡ଼ି ଗାଁରଙ୍କ ଜର୍ଜ ଦିଗାଳଙ୍କ ପୁଅ ମସିନ ଦିଗାଳ, ଭାଲିଆପଡ଼ା ଗାଁର ମୁନା ପରିଛାଙ୍କ ପୁଅ ଓ ଲୀଉଦାସ ପରିଛା ଓ କେରୁବାଡ଼ିର ସାଖିଲ ପରିଛା। ସମସ୍ତ ଗୁରୁତରଙ୍କୁ ରାଇକିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରାଇକିଆ ଅଞ୍ଚଳର ଦିଗୀରୁ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟ ଦାନ୍ଥଲିଙ୍ଗ ଯାଉଥିବା ସମୟରେ ଦୁର୍ଘଟଣାଟି ଘଟିଥିବା ଜଣାପଡ଼ିଛି। ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଓ ଦମକଳବାହିନୀର କର୍ମଚାରୀମାନେ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ଓଡ଼ିଶା ସମାଚାର