Sunday , May 22 2022
Breaking News
Home / ବିଶେଷ / କନ୍ଧମାଳ କୁ ପୁଣି ଶୀତ ଲେଉଟିଲା:୧୦ ଡିଗ୍ରୀ ତଳେ ସମଗ୍ର କନ୍ଧମାଳ ଜିଲ୍ଲା : ସବୁ ବର୍ଗର ଜନସାଧାରଣ ଯୋଗାଭ୍ୟାସ ରେ ବ୍ୟସ୍ତ

କନ୍ଧମାଳ କୁ ପୁଣି ଶୀତ ଲେଉଟିଲା:୧୦ ଡିଗ୍ରୀ ତଳେ ସମଗ୍ର କନ୍ଧମାଳ ଜିଲ୍ଲା : ସବୁ ବର୍ଗର ଜନସାଧାରଣ ଯୋଗାଭ୍ୟାସ ରେ ବ୍ୟସ୍ତ

କନ୍ଧମାଳ, ୦୪/୦୧/୨୨:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଲେଉଟିଛି କ୍ଷସମଗ୍ର କନ୍ଧମାଳ ଜିଲ୍ଲା ରେ ପୁଣି ଶୀତଲହରୀ ଜାରୀ ରହିଛି କ୍ଷପାରଦ ଦିନକୁ ଦିନ ଖସିବାରେ ଲାଗିଛି ।ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ସେପଟେ ସଞ୍ଜ ନଇଁବା ପୂର୍ବରୁ ହିଁ ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି। ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି।ପିଲାଠୁ ବୁଢା ପ୍ରାୟ ସମସ୍ତେ ଯୋଗାଭ୍ୟାସ କରୁଥିବା ଦେଖିବାକୁ ମିଳୁଛି । ଥଣ୍ଡା ପୁଣି ବଢିବା ଫଳରେ ମାନ୍ଦା ପଡ଼ିଯାଇଥିବା ଏବେ ଗରମ ପୋଷାକ ର ମଧ୍ୟ ଚାହିଦା ଟିକେ ବଢିବାରେ ଲାଗିଛି । ଫଳରେ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରି ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ କୁ ଖସି ଆସିଛି । ସେହିପରି ଜିଲ୍ଲା ର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ବାଲିଗୁଡ଼ା, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।ଆଗକୁ ପାଗ ଶୁଖିଲା ରହିବ ଆଉ ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବା ସମ୍ଭାବନା ଥିବା ବିଷୟ କନ୍ଧମାଳ ପାଣିପାଗ ପର୍ୟ୍ୟବେକ୍ଷକ ଜିତେନ୍ଦ୍ର ସ୍ୱାଇଁ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *