କଟକ ସଦର, ୪/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ମୁମ୍ବାଇ ରୁଟି ବ୍ୟାଙ୍କ୍ ଢାଞ୍ଚାରେ ଏବଂ ସହାୟତାରେ କଟକରେ ଖୋଲିଲା ମାଗଣା ରୁଟି ବ୍ୟାଙ୍କ୍। ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର,ଓପେପା ଅଧ୍ୟକ୍ଷ ଵିନୋଦ ଦାସ,ପୂର୍ଵତନ ଓପିଏସସି ଅଧ୍ୟକ୍ଷ ସତ୍ୟକାମ ମିଶ୍ର, ରୁଚି ଉଦ୍ୟୋଗ ପରିଚାଳନା ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ଭଳି କଟକର ଵହୁ ବରିଷ୍ଠ ଓ ପ୍ରତିଷ୍ଠିତ ବ୍ୟକ୍ତି ଵିଶେଷଙ୍କ ସହାୟତାରେ ଏହି ରୁଟି ଵ୍ୟାଙ୍କ ଆରମ୍ଭ ହୋଇଛି।ଗରୀଵ ଓ ଅନାହାର ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦେଵା ଉଦ୍ଦେଶ୍ୟରେ ଏହି ରୁଟି ଵ୍ୟାଙ୍କ ଆରମ୍ଭ ହୋଇଛି।କଟକର ଅଗ୍ରଣୀ ‘ଆସ୍ଥା ଆଲୋକ ଟ୍ରଷ୍ଟ’ର ଵ୍ୟାନର ତଳେ ଏହି ରୁଟି ବ୍ୟାଙ୍କ୍ କାର୍ଯ୍ୟ କରିଵ ଵୋଲି ଜଣାଯାଇଛି।ଏହା ସହ କୈ।ଣସି ଭୋଜିରେ କିମ୍ବା ହୋଟେଲରେ ଵଳକା ଖାଦ୍ୟ ସଂଗ୍ରହ କରି ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟକର ଢଙ୍ଗରେ ଵିତରଣ କରାଯିଵ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ କଟକର କ୍ୟାନ୍ସର ହସପିଟାଲ ସହ ଶିଶୁଭଵନ ଭଳି କିଛି ହସ୍ପିଟାଲରେ ଏହି ସେବା କାର୍ଯ୍ୟ ଚାଲୁ କରିଵାକୁ ନିଷ୍ପତ୍ତି ନିଆଯାଇଥିବା ଵ୍ୟାଙ୍କ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଓଡ଼ିଶା ସମାଚାର
