ଜଗତିଂହପୁର,୪/୧/୨୦୨୨(ଓଡ଼ିଶା ସମାଚାର)-ଜଗତିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଉତ୍ତରଶାସନ ପଞ୍ଚାୟତ ମହାଜନ ସାହିର ଆଦର୍ଶ ଶିକ୍ଷକ ଦେବେନ୍ଦ୍ର କୁମାର ନନ୍ଦ (୯୦)ଙ୍କ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ପରଲୋକ ଘଟିଛି । ସୂଚନାଯୋଗ୍ୟ ସ୍ବର୍ଗତ ନନ୍ଦ ଜଣେ ଜନପ୍ରିୟ,ଛାତ୍ର ବତ୍ସଳ ଶିକ୍ଷକ, ନିଷ୍ଠାପର,ମିଷ୍ଟଭାଷୀ ବ୍ୟକ୍ତିତ୍ଵ ଏବଂ ପ୍ରଧାନ ଶିକ୍ଷକ ଭାବେ ଅବସର ପ୍ରାପ୍ତ ପରେ ବିଭିନ୍ନ ଜନ ହିତକର କାର୍ୟ୍ୟରେ ଲିପ୍ତଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ପ୍ରଫୁଲ୍ଲ, ପ୍ରସନ୍ନ, କନ୍ୟା ପ୍ରଭମୟୀ, ପ୍ରଣତୀ, ପ୍ରିୟଦର୍ଶିନୀ, ଜାମାତା, ନାତି, ନାତୁଣୀ, ପୁତ୍ରବଧୂ ଆଦି ଉପସ୍ଥିତ ରହି ସ୍ବର୍ଗଦ୍ଵାର ଠାରେ ମର ଶରୀର ସଂସ୍କାର କରାଯାଇଥିଲା। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଓଡ଼ିଶା ସମାଚାର
Check Also
ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ ପାଳିତ
ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …