Thursday , January 20 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଆଜି ଖୋଲିବ ନନ୍ଦନକାନନ

ଆଜି ଖୋଲିବ ନନ୍ଦନକାନନ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଓମିକ୍ରନ୍ ସଂକ୍ରମଣକୁ ଆଖି ଆଗରେ ରଖି ନନ୍ଦନକାନନର ଉଭୟ ଉଦ୍ୟାନକୁ ଗତ ଡିସେମ୍ବର ୩୦ ତାରିଖରୁ ଜାନୁୟାରୀ ୩ତାରିଖ ପର୍ୟ୍ୟନ୍ତ ବନ୍ଦ କରି ଦିଆଯାଇଥିଲା । ଆଜି ଠାରୁ ଉଭୟ ଉଦ୍ୟାନ ଖୋଲିବ । ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ୟ୍ୟଟକମାନେ ନନ୍ଦନକାନନର ୱେବସାଇଟ ମାଧ୍ୟମରେ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ କରି କୋଭିଡ୍ର ସମସ୍ତ ନିୟମ ମାନି ବୁଲିପାରିବେ । କିନ୍ତୁ ବଣଭୋଜି କରିବାକୁ ଚଳିତ ମାସ ୩୧ ତାରିଖ ପର୍ୟ୍ୟନ୍ତ ବନ୍ଦ ବାରଣ କରାଯାଇଛି । ପୂର୍ବରୁ ବଟାନିକାଲ ଗାର୍ଡେନରେ ଭୋଜି କରିବା ପାଇଁ ପିଣ୍ଡି ଓ କଟେଜ ବୁକ କରିଥିବା ପର୍ୟ୍ୟଟକ ମାନେ ନନ୍ଦନକାନନର ୧୦ କାର୍ୟ୍ୟଦିବସ ମଧ୍ୟରେ ସେମାନଙ୍କର ଟଙ୍କା ଫେରସ୍ତ ପାଇବେ ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ , ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୪/୧/୨୦୨୨ (ଓଡ଼ିଶା ସମାଚାର)- ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ …

Leave a Reply

Your email address will not be published. Required fields are marked *