Thursday , January 20 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ସଠିକ ସମୟରେ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଜେ ଏସ ଡ ବ୍ଲୁ ପକ୍ଷରୁ ମାଗଣା ଟେଷ୍ଟ ପେପର ପ୍ରଦାନ

ସଠିକ ସମୟରେ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଜେ ଏସ ଡ ବ୍ଲୁ ପକ୍ଷରୁ ମାଗଣା ଟେଷ୍ଟ ପେପର ପ୍ରଦାନ

ପାରାଦୀପ, ୩/୧/୨୦୨୨ (ଓଡ଼ିଶା ସମାଚାର)-  ସର୍ବଭାରତୀୟ ସ୍ତରରେ ନିଜର ସଫଳତା ଓ ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ   ଯଥେଷ୍ଟ ଆଗକୁ ବଢ଼ିଥିବା ଜେ ଏସ ଡ ବ୍ଲୁ କମ୍ପାନୀ ଏବେ ଜଗତସିଂହପୁର ଜିଲ୍ଲାର ପ୍ରସ୍ତାବିତ ଅଞ୍ଚଳରେ ଏବେ ପ୍ରଶଂସାର ପାତ୍ର ହୋଇଛି। ନିଜର ସାମାଜିକ ଦାୟିତ୍ଵ ବୋଧକୁ ଗୁରୁତ୍ଵ ଦେଇ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ଟେଷ୍ଟ ପେପର ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ନିଜର ସହାୟତାର ହାତ ବଢେ଼ଇଛି। ଆଜି ଜେ ଏସ ଡ ବ୍ଲୁ ପ୍ରକଳ୍ପ ଅଞ୍ଚଳର ପ୍ରସ୍ତାବିତ ଗଡ଼କୁଜଙ୍ଗ ପାୟତର ଉନ୍ନୀତ ସରକାରୀ ହାଇସ୍କୁଲ ଓ ନୂଆଗାଁ ର ବନବିହାରୀ ହାଇସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ଟେଷ୍ଟ ପେପର ପ୍ରଦାନ କରାଯାଇଛି। ଏହି ଦୁଇଟି ବିଦ୍ୟାଳୟରେ ସମୁଦାୟ ୧୨୩ ଜଣ ଛାତ୍ରଛାତ୍ରୀଙ୍କୁ ଟି ବି ଡ ବ୍ଲୁ, ସୈାରଭ,ଓଷ୍ଟା ଭଳି ସମସ୍ତ ପ୍ରକାରର  ପ୍ରଦାନ କରାଯାଇଛି। ଏଥି ପୂର୍ବରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା ଓ  କେଉଁ ପ୍ରକାରର ଟେଷ୍ଟ ପେପର ସେ ନେଇ ଏକ ତାଲିକା ପ୍ରଦାନ କରାଯାଇଥିଲା। ପୂର୍ବରୁ ସରକାରଙ୍କ ପକ୍ଷରୁ ମାଗଣା ବହି ମିଳିଥିବା ବେଳେ ପରୀକ୍ଷା ପୁର୍ବରୁ ଟେଷ୍ଟ ପେପର ନିହାତି ଆବଶ୍ୟକ ରହିଥିଲା। ତେବେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିବା ଏହି ଟେଷ୍ଟ ପେପର ଯଥେଷ୍ଟ ସହାୟକ ହେବ ବୋଲି ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ଗଡ଼କୁଜଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସେଠୀ ଓ ନୂଆଗାଁ ବନବିହାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ସିଂ ଜେ ଏସ ଡ ବ୍ଲୁ କମ୍ପାନୀର ସାମାଜିକ ଦାୟିତ୍ଵ ବୋଧ ସହିତ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଏହି ଉପାଦେୟ ପାଠ୍ୟ ପୁସ୍ତକ ସହାୟତା ପ୍ରଦାନ କରିଥିବାରୁ ବିଦ୍ୟାଳୟ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଢ଼ିଙ୍କିଆ ପଞ୍ଚାୟତର ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଅନୁରୂପ ପାଠ୍ୟ ପୁସ୍ତକ ପ୍ରଦାନ କରାଯିବ ବୋଲି ଜେ ଏସ ଡ ବ୍ଲୁ ପକ୍ଷରୁ କୁହାଯାଇଛି। ଓଡ଼ିଶା ସମାଚାର

About admin

Check Also

ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ  ଢ଼ିଙ୍କିଆ ଗାଁରେ ପରିବର୍ତ୍ତନର ଧାରା, ବହୁ ପରିବାର  ଦେଲେ ପାନବରଜ

ପାରାଦୀପ, ୫/୧/୨୦୨୨ (ଓଡ଼ିଶା ସମାଚାର)-ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ଏବେ ଏକ ଭିନ୍ନ ବାତାବରଣ ସୃଷ୍ଟି ହେବାରେ …

Leave a Reply

Your email address will not be published. Required fields are marked *