Sunday , May 22 2022
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟରେ କରୋନା ସହିତ ତାଳଦେଇ ଓମିକ୍ରନ୍ ସଂକ୍ରମଣ ବଢ଼ୁଛି

ରାଜ୍ୟରେ କରୋନା ସହିତ ତାଳଦେଇ ଓମିକ୍ରନ୍ ସଂକ୍ରମଣ ବଢ଼ୁଛି

ଭୁବନେଶ୍ୱର , ୩/୧/୨୦୨୨ (ଓଡ଼ିଶା ସମାଚାର)-ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଓମିକ୍ରନ୍ ଆକ୍ରାନ୍ତ ସଂଖ୍ୟା ମଧ୍ୟ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି। ରବିବାର ଗୋଟିଏ ଦିନରେ ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ବିଦେଶ (ଫିନଲାଣ୍ଡ, ଓମାନ, ସାଉଦି ଆରବ, ଦୁବାଇ ଓ ସିରିଆ) ଫେରନ୍ତା ହୋଇଥିବା ବେଳେ ଦୁଇ ଜଣ ବିଦେଶ ଫେରନ୍ତାଙ୍କ ସଂପର୍କରେ ଆସିଥିଲେ। ଅନ୍ୟ ୧୦ ଜଣ ବିଦେଶ ଯାଇ ନାହାନ୍ତି କି ବିଦେଶ ଫେରନ୍ତାଙ୍କ ସଂସ୍ପର୍ଶରେ ମଧ୍ୟ ଆସି ନାହାନ୍ତି। ତେଣୁ ସେମାନେ କିପରି ଓମିକ୍ରନ ସଂକ୍ରମିତ ହେଲେ, ତାହାର ଅନୁଧ୍ୟାନ କରାଯାଉଛି। ଏହାସହିତ ରାଜ୍ୟରେ ଓମିକ୍ରନ ସଂକ୍ରମିତ ସଂଖ୍ୟା ୩୭ରେ ପହଂଚିଛି। ଡିସେମ୍ବର ୨୧ରେ ରାଜ୍ୟରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେମାନେ ନାଇଜେରିଆ ଏବଂ କତାରରୁ ଫେରିଥିଲେ।ସ୍ବାସ୍ଥ୍ୟ ବିଭାଗ ଏବେ କେବଳ ବିଦେଶ ଫେରନ୍ତା କରୋନା ଆକ୍ରାନ୍ତଙ୍କ ଜିନମ୍ ସିକ୍ବେନ୍ସିଂ କରୁଥିବା ବେଳେ ଅନ୍ୟମାନଙ୍କର କାଁ ଭାଁ ହେଉଛି। ତେଣୁ ସମସ୍ତଙ୍କର ପରୀକ୍ଷା କରାଗଲେ ଅଧିକ ଓମିକ୍ରନ ଚିହ୍ନଟ ହେବାର ଆଶଙ୍କା ରହିଛି।  ରବିବାର ଦିନ ରାଜ୍ୟରେ ଯେଉଁ ୨୩ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସମସ୍ତଙ୍କ ବୟସ ୮ରୁ ୮୩ବର୍ଷ ଭିତରେ। ଏଥିରେ ୧୯ଜଣ ପୁରୁଷ ଥିବାବେଳେ ୪ଜଣ ମହିଳା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ କେନ୍ଦୁଝରରୁ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୪ଜଣ, ବୌଦ୍ଧରୁ ୨ଜଣ, ବାଲେଶ୍ବରରୁ ଜଣେ, ଜଗତସିଂହପୁରରୁ ଜଣେ, ସମ୍ବଲପୁରରୁ ୩, ପୁରୀରୁ ୩, ଅନୁଗୁଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଅଛି। ସେମାନଙ୍କର କଣ୍ଟାକ ଟ୍ରେସିଂ ହୋଇଛି ଏବଂ ରିପୋର୍ଟ ଆସିବା ବାକି ଅଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ୁଛି ଯେ ଏଥିରୁ ୫୦% ବିଦେଶ ଫେରନ୍ତା ଓ ୫୦% ସ୍ଥାନୀୟ ଲୋକ ଅଛନ୍ତି। ସ୍ଥାନୀୟ ଲୋକ କିପରି ଓମିକ୍ରନ୍ ଆକ୍ରାନ୍ତ ହେଲେ ତାହା ଜଣାପଡ଼ୁନି। ସେମାନେ ନିକଟ ଅତୀତରେ ବିଦେଶ ଯାଇଥିଲେ କି ନାହିଁ, ସେମାନେ ଓମିକ୍ରନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ କି ନାହିଁ ତା’ର ଅନୁଧ୍ୟାନ ଚାଲିଛି।ଓଡ଼ିଶା ସମାଚାର

About admin

Check Also

ଜଣେ ଶିଶୁ ସମେତ ୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର , ୨୦/୦୫/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ସଂକ୍ରମିତ …

Leave a Reply

Your email address will not be published. Required fields are marked *