Saturday , December 10 2022
Home / ତାଜା ଖବର / ପୋଲିସ ଠାବ କଲା ନକଲି ସିମେଣ୍ଟ କାରଖାନା : ବ୍ୟାପକ ନକଲି ସିମେଣ୍ଟ ଜବତ, ମାଲିକ ଅଟକ

ପୋଲିସ ଠାବ କଲା ନକଲି ସିମେଣ୍ଟ କାରଖାନା : ବ୍ୟାପକ ନକଲି ସିମେଣ୍ଟ ଜବତ, ମାଲିକ ଅଟକ

ସାଲେପୁର,୦୩/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା)-ଜଗତପୁରଥାନା ତଥା ସାଲେପୁର ବ୍ଲକ  ଚମ୍ପତି ଠାରେ  ନକଲି ସିମେଣ୍ଟ ପ୍ରସ୍ତୁତ କରୁଥିବା ଏକ କାରଖାନା କୁ ପୋଲିସ ଠାବ କରିବାପରେ ଏହାକୁ ସିଲ କରାଯାଇଛି । ଏହି ନିମ୍ନମାନର ଭେଜାଲ ସିମେଣ୍ଟ ଏଠାରୁ ବିକ୍ରି ପାଇଁ ପଠାଯାଇଥାଏ । ଏହି କାରଖାନାରୁ ଠିକାଦାର ମାନଙ୍କୁ ସିମେଣ୍ଟ ଚାଲାଣ କରାଯାଉଥିବାବେଳେ କେତେକ ଅସାଧୁ ଇଂଜିନିୟର ଙ୍କ ହାତଥିବା  କୁହାଯାଉଛି  । ଏଠାରୁ ବିଭିନ୍ନ  ସିମେଣ୍ଟ କମ୍ପାନୀ ର  ଅଖା ଜବତ କରାଯାଇଛି । ମା ତାରିଣୀ କନଷ୍ଟ୍ରକସନ୍ ନାମକ ଏହି ସଂସ୍ଥା ଦୀର୍ଘଦିନ ଧରି ଏହି କାରବାର ଚଳାଇ ଆସୁଥିଲା  । ପୋଲିସ ମାଲିକ କୁ ଅଟକ ରଖିଥିବା ଜଣାପଡିଛି  । ଓଡ଼ିଶା ସମାଚାର

 

Leave a Reply

Your email address will not be published.