Thursday , January 20 2022
Breaking News
Home / ବ୍ୟବସାୟ ବାଣିଜ୍ୟ / ଜେ ଏସ ଡ ବ୍ଲୁ ପ୍ରକଳ୍ପ ବୀରୋଧି ନେତା ଦେବେନ୍ଦ୍ରର ପରିବାର ସମ୍ପର୍କୀୟ ଲୋକେ ଦେଲେ ପାନବରଜ

ଜେ ଏସ ଡ ବ୍ଲୁ ପ୍ରକଳ୍ପ ବୀରୋଧି ନେତା ଦେବେନ୍ଦ୍ରର ପରିବାର ସମ୍ପର୍କୀୟ ଲୋକେ ଦେଲେ ପାନବରଜ

ପାରାଦୀପ, ୩/୧/୨୦୨୨ (ଓଡ଼ିଶା ସମାଚାର)-  ଦୀର୍ଘ ବର୍ଷ ଧରି ଏରସମା ତହସିଲ ଅଧିନରେ ଥିବା ଢ଼ିଙ୍କିଆ ପଞ୍ଚାୟତ ଶିଳ୍ପ ବୀରୋଧରେ ଆନ୍ଦୋଳନ କରି ଆସୁଛନ୍ତି। ବିଗତ ଦିନରେ ପୋସ୍କୋ କମ୍ପାନୀକୁ ଅସହଯୋଗ ଓ ଆନ୍ଦୋଳନ କରି ଫେରାଇ ଦେଇଥିବା ଏହି ଅଞ୍ଚଳର ଲୋକମାନେ ଏବେ ବି ଜେ ଏସ ଡ ବ୍ଲୁ ପ୍ରକଳ୍ପ ଵୀରୋଧରେ ଆନ୍ଦୋଳନ କରି ଆସୁଛନ୍ତି। ମାତ୍ର ଗତ କିଛି ଦିନ ହେବ ଏହି ଆନ୍ଦୋଳନ କାଳୀଙ୍କ ଅସଲ ଚେହେରା ଜଣାପଡିବା ସହିତ ଅନେକ ଲୋକ ଶିଳ୍ପ ପ୍ରତିଷ୍ଠା ନେଇ ସହମତି ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି।ଗତ ନୁଆ ବର୍ଷରେ ଢ଼ିଙ୍କିଆ ଗାଁର ତିନିଟି ପାନବରଜ ମାପଚୁପ କରାଯାଇଥିଲା। ଆଜି ସେହି ଗାଁରେ ୧୮ ଟି ପାନବରଜ ମାପଚୁପ କରାଯାଇଛି। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜେ ଏସ ଡ ବ୍ଲୁ ପ୍ରକଳ୍ପ ବୀରୋଧରେ ଆନ୍ଦୋଳନର ମୁଖ୍ୟ ବ୍ୟକ୍ତି ନିଲମ୍ବିତ ସମିତି ସଭ୍ୟ ଦେବେନ୍ଦ୍ର ସ୍ବାଇଁ ଙ୍କ ଦାଦା ସରୋଜ ସ୍ବାଇଁ ଆଜି ନିଜର ଖଣ୍ଡେ ପାନବରଜ ମାପଚୁପ କରିଛନ୍ତି। ଏଥି ସହିତ ତାଙ୍କ ସାହିର କୈଳାସ ସ୍ବାଇଁ ମଧ୍ୟ ଆଜି ତହସିଲ ପ୍ରଶାସନ ଓ କମ୍ପାନୀର ଅଧିକାରୀ ମାନଙ୍କ ଉପସ୍ଥିତିରେ ବରଜ ଅଧିଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନୂଆ ବର୍ଷ ଆରମ୍ଭ ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ଆଜି ନୁଆ ଆଶା ଓ ବିଶ୍ବାସ ସୃଷ୍ଟି କରିଛି। ଆଜି ଢ଼ିଙ୍କିଆ ପଞ୍ଚାୟତର ଢ଼ିଙ୍କିଆ ଗାଁର ୧୮ ଜଣ ହିତାଧିକାରୀ ପ୍ରକଳ୍ପ ପାଇଁ ପାନବରଜ ଦେଇଥିବା ବେଳେ ମାହାଳ ଗାଁରେ ଚାରି ଜଣ ଓ ପାଟଣା ଗାଁରେ ଦୁଇ ଜଣ ହିତାଧିକାରୀଙ୍କ ପାନବରଜ ମାପଚୁପ କରାଯାଇଛି। ସମୁଦାୟ ଆଜି ୨୪ ଟି ପାନବରଜ ମାପଚୁପ କରାଯାଇଛି। ଏହି ତିନି ଗାଁ ର ଲୋକମାନେ ଆଜି ନିଜ ଇଛାରେ ସ୍ଥାନୀୟ ତହସିଲ ପ୍ରଶାସନ ଓ କମ୍ପାନୀର ଅଧିକାରୀ ମାନଙ୍କ ଉପସ୍ଥିତିରେ ପାନବରଜ ମାପଚୁପ କରିଛନ୍ତି।। ଆଜି ଏରସମା ତହସିଲଦାରଙ୍କ ନେତୃତ୍ୱରେ ପାଞ୍ଚ ଟି  ଟିମ୍ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ଦୀର୍ଘ ବର୍ଷ ଧରି ପ୍ରକଳ୍ପକୁ ବିରୋଧ କରି ଆସୁଥିବା ଢ଼ିଙ୍କିଆ ଗାଁର ଲୋକମାନଙ୍କ ମଧ୍ୟରୁ ଏହି ଲୋକ ମାନେ ବରଜ ଦେବା ନିଶ୍ଚିତ ଭାବେ ଜେ ଏସ ଡ ବ୍ଲୁ ପ୍ରକଳ୍ପ ତଥା ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଶୁଭ ସୂଚନା ବୋଲି କୁହାଯାଉଛି। ଆଗାମୀ ଦିନରେ ମଧ୍ୟ ଏହି ଢ଼ିଙ୍କିଆ ଓ ମାହାଳ ଗାଁରେ ଥିବା ଅନ୍ୟ ବରଜ ଗୁଡ଼ିକ ଅଧିଗ୍ରହଣ କରିବାକୁ ଲୋକମାନେ ସହମତି ପ୍ରକାଶ କରିଛନ୍ତି। ବିଶେଷ କରି ସ୍ଥାନୀୟ ଲୋକମାନେ ପ୍ରଶାସନିକ ସ୍ତରରେ ଆଲୋଚନା କରିବା ପରେ ନିଜ ନିଜ ଇଛାରେ କମ୍ପାନୀ ପାଇଁ ଏଭଳି ସହଯୋଗର ହାତ ବଢ଼ାଇଥିବାର ଜଣାପଡିଛି। କମ୍ପାନୀ ମଧ୍ୟ ଲୋକମାନଙ୍କ ସହମତି ଓ ଆପୋଷ ଆଲୋଚନାକୁ ଗୁରୁତ୍ଵ ଦେଉଥିବାର କୁହାଯାଇଛି। ଓଡ଼ିଶା ସମାଚାର

About admin

Check Also

ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ  ଢ଼ିଙ୍କିଆ ଗାଁରେ ପରିବର୍ତ୍ତନର ଧାରା, ବହୁ ପରିବାର  ଦେଲେ ପାନବରଜ

ପାରାଦୀପ, ୫/୧/୨୦୨୨ (ଓଡ଼ିଶା ସମାଚାର)-ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ଏବେ ଏକ ଭିନ୍ନ ବାତାବରଣ ସୃଷ୍ଟି ହେବାରେ …

Leave a Reply

Your email address will not be published. Required fields are marked *