Saturday , December 10 2022
Home / କ୍ରୀଡ଼ା / ଗ୍ରାମାଂଚଳ କ୍ରିକେଟ୍ , ହରିଦାସପୁର ର କେସିସି ଚମ୍ପିଆନ୍

ଗ୍ରାମାଂଚଳ କ୍ରିକେଟ୍ , ହରିଦାସପୁର ର କେସିସି ଚମ୍ପିଆନ୍

ଗରଦପୁର, ୩/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପଳସୁଧା ପଂଚାୟତସ୍ଥିତ ଖରିସାଣ ଠାରେ ଏକ ଗ୍ରାମାଂଚଳ କ୍ରିକେଟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି । ମା କାଳି କ୍ରିକେଟ କ୍ଲବ୍ ଆନୁକୂଳ୍ୟରେ ଅନୁଷ୍ଠିତ ଖରିସାଣ କ୍ରିକେଟ ଲିଗ ମ୍ୟାଚ ରେ ସମୁଦାୟ ୧୬ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ହରିଦାସପୁରର କେସିସି ଓ ପାଇକାକୂଳ ର ମୁନଲାଇଟ ଷ୍ପୋଟିଙ୍ଗ କ୍ଲବ୍ ମଧ୍ୟରେ ହୋଇଥିଲା । ପ୍ରଥମେ ମୁନଲାଇଟ ଟସ ଜିତି ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭର ସୁଦ୍ଧା ସମସ୍ତ ଉଇକେଟ ହରାଇ ୮୦ ରନ୍ କରିଥିଲା । ଜବାବରେ ହରିଦାସପୁରର କେସିସି ୧୧ ଓଭର ୨ ଟି ବଲ ରେ ୪ ଉଇକେଟ ହରାଇ ୮୩ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା । ସରପଂଚ ଅନୁଜ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ସଂଜୟ ଅଗ୍ରୱାଲା , ସାଂସଦ ଙ୍କ ପ୍ରତିନିଧି ଜୟ ପ୍ରକାଶ ବାରିକ , ଶଶାଙ୍କ ପରିଡ଼ା, ସମିତି ସଭ୍ୟ ସୂର୍ଯ୍ୟକାନ୍ତ ଖୁଂଟିଆ , ପୂର୍ବତନ ଶିକ୍ଷକ ଶରତ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ସହ ୧୮ ହଜାର ଟଙ୍କା ପୁରସ୍କାର ରାଶି ଏବଂ ରନର୍ସ ଅପ୍ ଦଳକୁ କପ ସହ ୧୨ ହଜାର ଅର୍ଥ ରାଶି ପ୍ରଦାନ କରିଥିଲେ । ଏଥିରେ ଅଶୋକ, ଶିବାଜୀ, ପ୍ରକାଶ, ଆଶିଶ, ଆଲୋକ, ଅଶୃମୋଚନ, ସମ୍ବିତ, ଶାନ୍ତନୁ, ବିସାଲ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.