କଟକ ସଦର, ୩/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କୋଭିଡ୍ କଟକଣା ମଧ୍ୟରେ କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ଆଜି ସୋମବାର କିଶନନଗର ଡ଼ାକବଙ୍ଗଳାରେ ନୂଆ ଵର୍ଷର ଅଭିନନ୍ଦନ ଜଣାଇଲେ ସଦର ଵାସୀ। ପ୍ରତ୍ୟେକ ପଞ୍ଚାୟତର ନିର୍ଵାଚିତ ପ୍ରତିନିଧି ଙ୍କ ସମେତ ଶୁଭେଚ୍ଛୁମାନେ ବିଧାୟକଙ୍କୁ ଫୁଲ ତୋଡା ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।ଏହି ପରିପ୍ରେକ୍ଷୀରେ କଟକ ସଦର ଵ୍ଲକ ଅନ୍ତର୍ଗତ ଧରିଣା ପଞ୍ଚାୟତର ଵିଜେଡି ସଭାପତି ରତ୍ନାକର ରାଉତଙ୍କ ନେତୃତ୍ବରେ ଵ୍ଲକ ଯୁଵ ଵିଜେଡି ସାଧାରଣ ସମ୍ପାଦକ ଅଭୟ କୁମାର ଵାଡି,ପଞ୍ଚାୟତ ଯୁଵ ଵିଜେଡି ସଭାପତି ବିଶ୍ୱଜିତ ଶତପଥୀ,ପଞ୍ଚାୟତ ଯୁଵ ସାମାଜିକ ଗଣମାଧ୍ୟମ ସଂଯୋଜକ ପାର୍ଥସାରଥୀ ରାଉତରାୟ, ଛାତ୍ର ସାମାଜିକ ଗଣମାଧ୍ୟମ ସଂଯୋଜକ ଵିଭୁରଂଜନ ବେହେରା,ପ୍ରତାପ ରାଉତରାୟ,ଵିନତା ଵାଡିଙ୍କ ଗହଣରେ ଧରିଣା ପଞ୍ଚାୟତ ପାଇଁ ଆଶାୟୀ ସମିତି ସଭ୍ୟା ପ୍ରାର୍ଥିନୀ ମମତା ଵେହେରା ଵିଧାୟକଙ୍କୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶା ସମାଚାର
