Saturday , August 13 2022
Breaking News
Home / ବିଶେଷ / ଉତ୍କଳ ବିକାଶ ପରିଷଦ ପକ୍ଷରୁ ଥାନା ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ସହ ସମ୍ବର୍ଦ୍ଧନା

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଥାନା ଅଧିକାରୀଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ସହ ସମ୍ବର୍ଦ୍ଧନା

କଟକ, ୩/୧/୨୦୨୨ (ଓଡ଼ିଶା ସମାଚାର)- କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ବୟାଳିଶମୌଜ଼ା ଥାନାର ପ୍ରଥମ ଥାନା ଅଧିକାରୀ ଅନୀତା ସାହୁଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇବା ସହ ଉଲ୍ଲେଖନୀୟ କୃତିତ୍ୱ ନେଇ ସମ୍ବର୍ଦ୍ଧତ କରାଯାଇଛି । ଏଥିସହ ପରିଷଦ ତଥା ଅଞ୍ଚଳ ବାସିନ୍ଦାଙ୍କ ଦୀର୍ଘଦିନର ଦାବି ଫାଣ୍ଡିରୁ ଥାନାରେ ପରିଣତ କରାଯିବାରୁ ପୋଲିସ କମିଶନର ଏବଂ ଜିଲ୍ଲାପାଳ ମହୋଦୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ବାନ କ୍ରମେ କାର୍ୟ୍ୟକର୍ତ୍ତା ଦେବୀପ୍ରସାଦ ପତି,ଅନିଲ ମହାପାତ୍ର,ବିରଜା ଭୂଷଣ ପତି,ମୁକ୍ତିକାନ୍ତ ମହାନ୍ତି,ଗାନ୍ଧୀ ଗୁରୁ ଦାସ,ଅଶିମ ଦାସ,ସୁଜିତ ବେହେରା, ସୁରେଶ ପ୍ରଧାନ,ଭାଗ୍ୟଧର ତ୍ରିପାଠୀ, ବିଜୟ ମଲ୍ଲିକ,ଅଜୟ ସିଂହ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ପର୍ବରେ ଅଂଶଗ୍ରହଣ କରିଥିଲେ ।ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.