Tuesday , August 9 2022
Breaking News
Home / ଶିକ୍ଷା / ସାନ୍ଧ୍ୟ ମହାବିଦ୍ୟାଳୟର ଜାତୀୟ ସେବା ଶିବିର ଉଦଯାପିତ

ସାନ୍ଧ୍ୟ ମହାବିଦ୍ୟାଳୟର ଜାତୀୟ ସେବା ଶିବିର ଉଦଯାପିତ

କେନ୍ଦ୍ରାପଡା,୨/୧/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ଥାନୀୟ ଆଳିଜଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଏକ ସ୍ୱତନ୍ତ୍ର ୭ଦିନିଆ ଶୀତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର ପକ୍ଷରୁ ପୋଷ୍ୟଗ୍ରାମ ଆଳିଜଙ୍ଗାରେ ଶିବିରର ବାଳକ ବିଭାଗ ଏବଂ ଗରୁଆଳ ଗ୍ରାମରେ ବାଳିକା ବିଭାଗର ସ୍ୱେଛାସେବୀମାନେ ବିଦ୍ୟାଳୟ ପରିସର ଏବଂ ଠାକୁରାଣୀ ମନ୍ଦିର ପରିସରକୁ ସଫେଇ କରିଥିଲେ । ପ୍ରତିଦିନ ଶିବିରାର୍ଥୀମାନେ ନିକଟସ୍ଥ ଗ୍ରାମ ଓ ବଜାର ଗୁଡିକୁ ଯାଇ ସ୍ୱଛ ଭାରତ, କରୋନା ମହାମାରୀ, ଟୀକାକରଣ, ମଦ୍ୟପାନର କରୁଣ ପରିଣତି, ଏଡସ ସଚେତନତା ଓ ମହିଳା ସଶକ୍ତିକରଣ ଉପରେ ଆଧାରିତ ପଥପ୍ରାନ୍ତ ନାଟକ ପରିବେଷଣ କରି ସ୍ଥାନୀୟ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିଥିଲେ । ଉଦଯାପନୀ ଉତ୍ସବରେ ଗ୍ରାମର ଭଗବତୀ ଦେବୀଙ୍କ ମନ୍ଦିର ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମଧୁସୁଦନ କାମିଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି ମୁଖ୍ୟ ଅତିଥି,ଯୁବ ରେଡକ୍ରସ କାଉନସିଲର ଅଧ୍ୟାପକ ମନୋଜ କୁମାର ଜେନା ମୁଖ୍ୟବକ୍ତା, ଶିକ୍ଷାବୀତ ମନୋରଞ୍ଜନ ତ୍ରିପାଠୀଯୋଗଗୁରୁ ସଞ୍ଜୟ ମଥାନ, ଅଧ୍ୟାପକ ପ୍ରକାଶ ରଞ୍ଜନ ଦାସ, ମେଜର ଭରତ ଚନ୍ଦ୍ର ଜେନା, ବିଶ୍ୱ ହିନ୍ଦୁ ପରିଷଦ ସଭାପତି ଗୋପିନାଥ ତ୍ରିପାଠୀ, ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି, ସାମ୍ବାଦିକ ମାତୃଦତ ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଦ୍ୱାରା ନିଜର ଚରିତ୍ର ଗଠନ ଓ ସୁନାଗରିକ ଭାବେ ସମାଜର ଦାୟୀତ୍ୱ ତୁଲାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ପୁରାତନ ଛାତ୍ର ଗୌତମ କୁମାର ସାହୁ, ଗୌରବ ଷଡଙ୍ଗୀ, ପ୍ରଭାକର ପ୍ରମୁଖ ଉପସ୍ଥିତ ଥିଲେ । ସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କପାଳେଶ୍ୱର ପଂଚାୟତ ପକ୍ଷରୁ ବାଳିକା ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଜାକାନ୍ତ ଦାସଙ୍କୁ ‘ସେବା ସମ୍ମାନ’ ଓ ବାଳକ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ମୃତୁ୍ୟଞ୍ଜୟ ମହାନ୍ତିଙ୍କୁ ‘ସେବା ଶିରୋମଣୀ’ ସମ୍ମାନରେ ସମ୍ମାନିତ କରାଯାଇଛି । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ବାଳିକା ବିଭାଗ ଅଧିକାରୀ ଅଧ୍ୟାପକ ଗିରିଜାକାନ୍ତ ଦାସ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି …

Leave a Reply

Your email address will not be published.